fbpx
BJD SKY
BJD SKY

ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ହାସ୍ୟ ଅଭିନେତା ଗୁଡୁଙ୍କ ମା’

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ଼ ଜଗତର ହାସ୍ୟ ଅଭିନେତା ଗୁଡୁଙ୍କ ମାଆଙ୍କ ପରଲୋକ ହୋଇଛି । ମାଆ ଗୀତାଞ୍ଜଳିଙ୍କର ଏକ ଟ୍ରେନ୍ ଦୁର୍ଘଣାରେ ଦେହାନ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ,ଯାଜପୁର ଜିଲ୍ଲା ଯଖପୁରା ଠାର ଟ୍ରେନକୁ ଚଢୁଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରେନରେ ଚଢୁଥିବା ବେଳେ ଖସି ପଡ଼ିଥିଲେ ଗୁଡୁଙ୍କ ମାଆ ଗୀତାଞ୍ଜଳି । ସେ ତାଙ୍କ ଝିଅ ସହ ଖୋର୍ଦ୍ଧା-କେନ୍ଦୁଝର ଇଣ୍ଟରସିଟି ଏକ୍ସପ୍ରେସରେ ଯାଉଥିଲେ ।

ତେବେ ଯଖପୁରା ଷ୍ଟେସନରେ କୌଣସି କାରଣରୁ ଓହ୍ଲାଇଥିଲେ ଗୀତାଞ୍ଜଳି । ପୁଣି ଟ୍ରେନରେ ଚଢୁଥିବା ସମୟରେ ଗୋଡ଼ ଖସିଯିବାରୁ ଟ୍ରେନ ଲାଇନ ତଳକୁ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଭିନେତା ଗୁଡୁ ନିକଟରେ ବିବାହ କରିଥିଲେ । ବିବାହ ଭୋଜି ପାଇଁ ମାଆ ଝିଅ କେନ୍ଦୁଝର ଫେରୁଥିବା ବେଳେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି ।

Get real time updates directly on you device, subscribe now.