fbpx

ଅନ୍ତରୀକ୍ଷରୁ ଦେଖାଯିବ ଚମତ୍କାର ଦୃଶ୍ୟ, ଆଉ ୩୬ ଘଣ୍ଟା ବାକି

ଅନ୍ତରୀକ୍ଷ ବହୁ ରହସ୍ୟମୟ । ସେଠାରୁ ଆପଣଙ୍କୁ ବେଳେବେଳେ ବହୁ ସୁନ୍ଦର ଓ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଏବେଠାରୁ ଠିକ୍ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆପଣ ଆକାଶରେ ଆତସବାଜିର ଦୃଶ୍ୟ ଦେଖିବାକୁ ପାଇବେ, ଯେତେବେଳେ ପୃଥିବୀ ଦେଇ ଧୂମକେତୁ ଗତି କରିବ । ଏହି ସୁନ୍ଦର ଦୃଶ୍ୟକୁ ଆପଣ କୌଣସି ଟେଲିସ୍କୋପ ବିନା ଖାଲି ଆଖିରେ ଦେଖିପାରିବେ । ତେବେ ମେ ମାସରେ ଏହା ଦୁଇଥର ହେବାକୁ ଯାଉଛି । ଗୋଟିଏ ମେ ୧୩ରେ ପୃଥିବୀଠାରୁ ପ୍ରାୟ ୮.୩୩ କିଲୋମିଟର ଦେଇ ଗତି କରିବ, ଯାହାର ନାମ କୋମେଟ ସ୍ୱାନ୍ ରଖାଯାଇଛି । ଏହା ପରେ ମେ ୨୩ ରେ କୋମେଟ ଏଟଲସ ପୃଥିବୀ ଦେଇ ଗତି କରିବ । ତେବେ କୋମେଟ ସ୍ୱାନ୍ ସେହିଲୋକମାନଙ୍କୁ ଦେଖାଯିବ, ଯେଉଁମାନେ ଭୂ-ମଧ୍ୟ ରେଖାର ଦକ୍ଷିଣରେ ଅଛନ୍ତି ।

Get real time updates directly on you device, subscribe now.