fbpx

୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ଜଣ ସୁରତ ଫେରନ୍ତା

ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): ଗତକାଲି ଓ ଆଜି ଚିହ୍ନଟ ହୋଇଥିବା ୪୬ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ୪୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ଜଣ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୈାଦ୍ଧ, କଟକ, ପୁରୀ, ମୟୁରଭଞ୍ଜରେ ଜଣେ ଲେଖାଏଁ ସୁରତ ଫେରନ୍ତା ହୋଇଥିବା ବେଳେ ବାଲେଶ୍ୱରର ୧୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ସୁରତରୁ ଫେରିଛନ୍ତି । ବାଲେଶ୍ୱରର ଜଣେ ଆକ୍ରାନ୍ତ ଓ ଯାଜପୁରର ୪ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡ଼ିଛି । ସୁନ୍ଦରଗଡ଼ର ୨ଆକ୍ରାନ୍ତ ରାଉରକେଲା କଣ୍ଟେନମେଣ୍ଟ ଅଞ୍ଚଳର ବୋଲି ସୂଚନା ରହିଛି ।

Get real time updates directly on you device, subscribe now.