fbpx
BSKY
BJD SHG SKY
BJD YOUTH SKY

ସରିଲା ମତଦାନ, ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର: ଆଜିଠାରୁ ଲାଗୁ ହେବ ନୂଆ ରେଟ୍

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ମତଦାନ ସମାପ୍ତ ହେଉ ହେଉ ସାଧାରଣ ଜନତାଙ୍କୁ ଲାଗିଛି ବଡ଼ ଝଟକା । ଡିସେମ୍ବର ମାସ ୧ ତାରିଖରୁ କମର୍ସିଆଲ ସିଲିଣ୍ଡରର ନୂଆ ଦର ଲାଗୁ ହୋଇଛି । ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୧୭୯୬.୫୦ ଟଙ୍କାରେ ପହଞ୍ଚିଛି । ନଭେମ୍ବର ପରେ ମାସ ପରେ ତୈଳ କମ୍ପାନୀମାନେ ପୁଣି ଥରେ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରିଛନ୍ତି ।

ଡିସେମ୍ବର ମାସ ପହିଲାରୁ ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୧ ଟଙ୍କା ବୃଦ୍ଧି ଘଟିଛି । ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ମୂଲ୍ୟ ୧୭୭୫ ଟଙ୍କା ରହିଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୭୯୬.୫୦ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକତାରେ ଏହି ଦର ୧୮୮୫.୫୦ରୁ ୧୯୦୮ ଟଙ୍କାକୁ, ମୁମ୍ବାଇରେ ୧୭୨୮ରୁ ୧୭୪୯ ଟଙ୍କାକୁ, ଚେନ୍ନଇରେ ୧୯୪୨ରୁ ୧୯୬୮.୫୦ ଟଙ୍କାକୁ ବୃଦ୍ଧି ପାଇଛି ।

ନିର୍ବାଚନୀ ରାଜ୍ୟ ରାଜସ୍ଥାନରେ ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇ ୧୮୧୯ ଟଙ୍କାରେ ପହଞ୍ଚିଥିବା ବେଳେ ମଧ୍ୟପ୍ରଦେଶରେ ଆଜିଠାରୁ ଲୋକମାନେ ୧୮୦୪.୫୦ ଟଙ୍କା ଭରଣା କରିବେ । ସେହିପରି ହାଇଦ୍ରାବାଦରେ ୧୯ କେଜି ବିଶିଷ୍ଟ ଗ୍ୟାସ ସିଲିଣ୍ଡର ଦର ୨୦୨୪.୫୦ ଟଙ୍କାରେ ପହଞ୍ଚି ଯାଇଥିବା ବେଳେ ଛତିଶଗଡ଼ ରାଜଧାନୀ ରାୟପୁରରେ ଏହି ଦର ୨୦୦୪ ଟଙ୍କାରେ ପହଞ୍ଚିଛି । କେବଳ କମର୍ସିଆଲ ସିଲିଣ୍ଡର ଦର ବୃଦ୍ଧି ପାଇଥିବା ବେଳେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Get real time updates directly on you device, subscribe now.