fbpx

Big Breaking: ଟ୍ରକକୁ ପଛରୁ ପିଟିଲା ଭ୍ୟାନ୍, ୭ଜଣଙ୍କ ମୃତ୍ୟୁ, ୮ ଗୁରୁତର

ଆନନ୍ଦପୁର: ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଟକ୍ ପଛକୁ ଭ୍ୟାନ ପିଟିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଆଉ ୮ ଜଣ ଗୁରୁତର ମଧ୍ୟ ଅଛନ୍ତି । ତେବେ ସମସ୍ତ ଗୁରୁତରଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନଏଚ ୨୦ ବାଲିଯୋଡ଼ି ନିକଟରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ତାରିଣୀ ଦର୍ଶନ ପାଇଁ ଦିଗପହଣ୍ଡିରୁ ପ୍ରାୟ ୨୦ ଜଣ ଆସିଥିଲେ । ତାରିଣୀ ମନ୍ଦିର ଠାରୁ ମାତ୍ର ୩ କିମି ଦୂରରେ ଏହି ଦୁର୍ଘଟଣାଟି ଘଟିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହକୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଡକାଇ ଗୁରୁତରଙ୍କୁ ହସ୍ପିଟାଲ ପଠାଇଛି । ଘଟଣାର ତଦନ୍ତ ଚାଲିଛି ।

Get real time updates directly on you device, subscribe now.