fbpx

ଆପଣଙ୍କ Whatsapp ମେସେଜ ପଢୁଛନ୍ତି କି ସରକାର? ଏହି ଉପାୟରେ ଜାଣି ପାରିବେ ସତ୍ୟତା

Whatsapp ଜରିଆରେ ଆପଣ ନିଜ ଲୋକଙ୍କ ସହ କରୁଥିବା ଚାଟ୍ ବା ମେସେଜକୁ ସରକାର ପଢୁଛନ୍ତି କି? ଏମିତି ଏକ ପ୍ରଶ୍ନ କେବେ ନା କେବେ ଆପଣଙ୍କ ମନକୁ ଆସିଥିବ । ପ୍ରକୃତରେ ସରକାର ଆପଣଙ୍କ ବ୍ୟକ୍ତିଗତ ଚାଟ୍ ପଢୁଛନ୍ତି କି ନାହିଁ ଏହା ଜାଣିବା ପାଇଁ ଏକ ଟ୍ରିକ ଅଛି । ପ୍ରାୟତଃ ଆମେ ଚାଟ୍ କରିବା ବେଳେ ଆପଣଙ୍କ ବନ୍ଧୁଙ୍କ ପାଖରେ ଏହି ଚାଟ୍ ପହଞ୍ଚିଲେ ଏହା ଡବଲ ଟିକ୍ ଆସିଥାଏ ଏବଂ ସେ ଏହାକୁ ଦେଖିବା ପରେ ଏହି ଟିକ୍ ର ରଙ୍ଗ ସବୁଜ ହୋଇଯାଏ ।

କିପରି ସରକାର ରଖିଛନ୍ତି ନଜର?

ତେବେ ଯଦି ସରକାର ଏହି ମେସେଜକୁ ଦେଖୁଥିଲେ, ଏହି ଡବଲ ଟିକ୍ ସ୍ଥାନରେ ତିନୋଟି ଟିକ୍ ଚିହ୍ନ ଦେଖିବାକୁ ମିଳିବ । ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ, ଆପଣଙ୍କ ମେସେଜ ସରକାର ଦେଖୁଛନ୍ତି କି ନାହିଁ । ଏହାବ୍ୟତୀତ କୌଣସି ମେସେଜରେ ଦୁଇଟି ବ୍ଲୁ ଟିକ୍ ଏବଂ ଗୋଟିଏ ଲାଲ ଟିକ୍ ଦେଖାଗଲେ, ସରକାର ଆପଣଙ୍କ ପ୍ରତି କିଛି କାର୍ଯ୍ୟନୁଷ୍ଠାନ ନେଇପାରନ୍ତି ବୋଲି ଜଣାଯିବ । ସେହିପରି ଗୋଟିଏ ବ୍ଲୁ ଏବଂ ଦୁଇଟି ଲାଲ୍ ଟିକ୍ ହେବାର ଅର୍ଥ ସରକାର ଆପଣଙ୍କ ଡାଟା ଗୁଡ଼ିକର ସ୍କ୍ରିନିଙ୍ଗ କରୁଛନ୍ତି । ଏଥିରୁ ଲୋକମାନଙ୍କୁ ହ୍ୱାଟ୍ସଆପରେ ସେମାନଙ୍କ ପ୍ରାଇଭେସୀକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ତିନୋଟି ଲାଲ୍ ଟିକ୍ ହେଲେ ସରକାର ୟୁଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଏବଂ ତାଙ୍କ ବିରୋଧରେ କୋର୍ଟ ତରଫରୁ ସମନ୍ ମଧ୍ୟ ଆସିପାରେ ବୋଲି କୁହାଯାଉଛି ।

ଏଭଳି ଏକ ମେସେଜ ସହିତ ସୋସିଆଲ ମିଡିଆରେ ଏକ ସ୍କ୍ରିନସଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏଥିରେ ସରକାର ଆପଣଙ୍କ ଉପରେ ଗୁଇନ୍ଦାଗିରି କରୁଥିବା ମଧ୍ୟ ଦାବି ହୋଇଛି । ହ୍ୱାଟ୍ସଆପରେ ଆପଣ କରୁଥିବା ସମସ୍ତ ମେସେଜ ଏବଂ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ସରକାର ନଜର ରଖୁଥିବା ଏହି ମେସେଜରେ ଦାବି କରାଯାଇଛି । କିନ୍ତୁ ଏହି ଭାଇରାଲ ମେସେଜକୁ ସମ୍ପୂର୍ଣ୍ଣ ଗୁଜବ ବୋଲି ସ୍ପଷ୍ଟ କରିଛି ପିଆଇବି ଫ୍ୟାକ୍ଟ ଚେକ୍ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ସ୍କ୍ରିନସଟକୁ ଖାରଜ କରାଯାଇଛି । ଏହାସହିତ ଏଭଳି ଏକ ଗୁଜବ ପ୍ରଚାରକୁ ରୋକିବା ପାଇଁ ପିଆଇବି ଫ୍ୟାକ୍ଟ ଚେକ୍ ତରଫରୁ ଏକ ଟ୍ୱିଟ କରି ୟୁଜରମାନଙ୍କୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.