fbpx

ସଲାମ୍! ଡେଲିଭରୀର ୨୨ ଦିନ ପରେ ପିଲାକୁ ନେଇ ଅଫିସରେ ପହଞ୍ଚିଲେ କମିଶନର

Advertisement

ବିଶାଖାପାଟଣା,୧୨ ।୪: କରୋନା ଭାଇରସ ଯୁଦ୍ଧରେ ଡାକ୍ତର ଓ ନର୍ସମାନେ ପ୍ରଥମ ଯୋଦ୍ଧା ହୋଇଥିବା ବେଳେ ଅନେକ ସରକାରୀ କର୍ମଚାରୀ ସେମାନଙ୍କ କାର୍ଯ୍ୟାଳୟରେ ରହି ସେମାନଙ୍କୁ ସାହାଯ୍ୟ କରଛନ୍ତି । ଗ୍ରେଟର ବିଶାଖାପାଟଣା ମ୍ୟୁନିସିପାଲିଟି କର୍ପୋରେସନର କମିଶନର ଜୀ ଶ୍ରୀଜନ ଏଭଳି ଏକ ଅଧିକାରୀ, ଯେ ୨୨ ଦିନ ପୂର୍ବରୁ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । କିନ୍ତୁ ଏହି ସମୟରେ ଅଫିସରେ ତାଙ୍କର ଉପସ୍ଥିତି ଆବଶ୍ୟକ ଥିବାରୁ କରୋନା ସଂକ୍ରମଣର ଆଶଙ୍କା ଥାଇ ମଧ୍ୟ ସେ ନିଜ ପିଲାକୁ ନେଇ ଅଫିସରେ ପହଞ୍ଚିଛନ୍ତି ।

ଶ୍ରୀଜନା କହିଛନ୍ତି ଯେ, ଏହି ସମୟରେ ଦେଶ କରୋନା ସହ ଯୁଦ୍ଧ କରୁଥିବା ବେଳେ ପରିବାର ଦାୟିତ୍ୱବୋଧ ପୁର୍ବରୁ ଦେଶର କର୍ତ୍ତବ୍ୟ ମୋ ପାଇଁ ଆଗ । ପରିସ୍ଥିତିକୁ ଅନୁଧ୍ୟାନ କରି ପ୍ରସବର ମାତ୍ର ୨୨ ଦିନ ପରେ ସେ ଅଫିସରରେ ପହଞ୍ଚିଛନ୍ତି । ଦେଶ ସହିତ ମା’ର କର୍ତ୍ତବ୍ୟ ମଧ୍ୟ ସେ ଏକାସାଙ୍ଗରେ ପାଳନ କରୁଛନ୍ତି ।

Get real time updates directly on you device, subscribe now.