fbpx
BJD SKY
BJD SKY

ବେଆଇନ ଟଙ୍କା କାରବାରର ପର୍ଦ୍ଧାଫାସ୍‌ କରିବ ଇଡି, FIR କପି ହସ୍ତାନ୍ତର କଲା କମିଶନରେଟ ପୋଲିସ

BJD

ଭୁବନେଶ୍ୱର: ବ୍ଲାକମେଲିଂ ଓ ହତ୍ୟା ଧମକ ମାମଲାରେ ଗତକାଲି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ। ତେବେ ଆଜି ତାଙ୍କ ପାଇଁ ସମସ୍ୟା ଆହୁରି ବଢିଯାଇଛି। ଅର୍ଚ୍ଚନା ନାଗ ବେଆଇନ ଟଙ୍କା କାରବାରର ହେବ ପର୍ଦ୍ଧାଫାସ୍‌ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିବ। ଏନେଇ ଇଡିକୁ FIR କପି ହସ୍ତାନ୍ତର କରିଛି କମିଶନରେଟ ପୋଲିସ। ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନାରେ ହୋଇଥିବା FIR କପିକୁ ହସ୍ତାନ୍ତର କରାଯାଇଛି। ସେପଟେ ଆଜି ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନର ଆସିପାରେ ରାୟ । ଜେଲରେ ରହିବେ ନା ବେଲରେ ବାହାରିବେ। କିଛି ସମୟ ପରେ ସ୍ପଷ୍ଟ ହେବ।

ଗତକାଲି ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦାୟର କରିଥିବା ମାମଲାରେ ତାଙ୍କୁ ଗତକାଲି କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାରେ ଅର୍ଚ୍ଚନା ନାଗଙ୍କ ପକ୍ଷରୁ କୋର୍ଟରେ ଜାମିନ ଆବେଦନ କରାଯାଇଛି । ବ୍ଲାକମେଲିଂ ଓ ହତ୍ୟା ଧମକ ମାମଲାରେ ଅର୍ଚ୍ଚନାଙ୍କୁ ବ୍ୟକ୍ତିଗତ ଭାବେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେଇ ଅର୍ଚ୍ଚନା ୩ କୋଟି ଟଙ୍କା ମାଗିଥିବା ନେଇ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଗିରଫ ପରେ ଗତକାଲି ପ୍ରଥମ ଥର ଗଣମାଧ୍ୟମରେ ମୁହଁ ଖୋଲିଥିଲେ ଅର୍ଚ୍ଚନା ନାଗ । କହିଥିଲେ, ସେ କାହାରିକୁ ବ୍ଲାକମେଲିଂ କରିନାହାନ୍ତି । ସବୁ ଅଭିଯୋଗ ମିଛ । ତଦନ୍ତ ହେଉ ସତ ବାହାରିବ ।

Get real time updates directly on you device, subscribe now.