fbpx

ରାଜଧାନୀରେ ଗର୍ଜିଲେ ରାଜ୍ୟ ବିଭିନ୍ନ ସ୍ଥାନରୁ ଆସିଥିବା ସମିତି ସଭ୍ୟ; ସରପଞ୍ଚଙ୍କ ଭଳି ଦରମା-ଅଧିକାର ଦାବି

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ରାଜଧାନୀରେ ଗର୍ଜିଲେ ରାଜ୍ୟ ତମାମରୁ ଆସିଥିବା ସମିତି ସଭ୍ୟ । ସରପଞ୍ଚଙ୍କ ଭଳି ସମାନ ଦରମା ଓ ଅଧିକାର ଦାବିରେ ଆନ୍ଦୋଳନ । ସରପଞ୍ଚଙ୍କୁ ୧୦ ହଜାର, ଆମକୁ କାହିଁକି ୭୫୦୦ ବୋଲି ପଚାରିଲେ । ନବୀନ ନିବାସ ଘେରାଉ ପାଇଁ ରାଲିରେ ଗଲେ ସମିତି ସଭ୍ୟ । ଶିଶୁଭବନ ନିକରେ ଅଟକାଇଲେ ପୋଲିସ୍ । ସମିତି ସଭ୍ୟ ଓ ପୋଲିସଙ୍କ ମଧ୍ୟରେ ଠେଲାପେଲା । ପୂର୍ବରୁ ଦୀର୍ଘଦିନ ଧରି ବିଭିନ୍ନ ଦାବି ପୂରଣ ପାଇଁ ଲୋୟର ପିଏମଜିରେ ଧାରଣାରେ ବସିଥିଲେ ସରପଞ୍ଚ ଓ ସମିତି ସଭ୍ୟ ।

ସରପଞ୍ଚ ଓ ସମିତିସଭ୍ୟ ପ୍ରତିନିଧି ଅଭିଯୋଗ କରିଥିଲେ ଯେ ରାଜ୍ୟ ସରକାର ଉଭୟଙ୍କ କ୍ଷମତାକୁ ବ୍ୟାପକ ଭାବେ ହ୍ରାସ କରିଛନ୍ତି । ଉପଯୁକ୍ତ ଦରମା ଓ ଅନ୍ୟାନ୍ୟ ସୁବିଧା ତ ମିଳିବା ଦୂରର କଥା ବ୍ଲକରେ ଥିବା ବିଡିଓ ଓ ସରକାରୀ ବ୍ୟବସ୍ଥା ସେମାନଙ୍କ ଅଧିକାର ଓ କ୍ଷମତାରେ ବାଧା ସୃଷ୍ଟି କରୁଛନ୍ତି । ଏଭଳି ଦାବି ନେଇ ପ୍ରତିବାଦ କରିଥିଲେ । ହେଲେ ସରପଞ୍ଚଙ୍କ ଦରମା ୧୦ ହଜାର ବଢିଥିବା ବେଳେ ସେମାନଙ୍କ ଦରମା ୭୫୦୦ ବଢିଥିଲା । ଯେଉଁଥି ପାଇଁ ସେମାନେ ଅଜି ଏପରି ପ୍ରତିବାଦ କରୁଥିବା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.