fbpx

ଇଲେକ୍ଟୋରାଲ ବଣ୍ଡ ଜରିଆରେ କେଉଁ ଦଳ ନେଇଛନ୍ତି କେତିକି ଚାନ୍ଦା, ଜାଣନ୍ତୁ କିଏ ଅଛି ସବୁଠାରୁ ପଛରେ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳକୁ ଦିଆଯାଇଥିବା ଚାନ୍ଦାର ବିବରଣୀ ଏହାର ୱେବସାଇଟରେ ଅପଲୋଡ୍ କରିସାରିଛି । ଏହି ରିପୋର୍ଟ ଅନୁସାରେ କେନ୍ଦ୍ରରେ କ୍ଷମତାଧାରୀ ବିଜେପିକୁ ସବୁଠାରୁ ଅଧିକ ୬୦.୬୧ ଅରବ ଟଙ୍କା ମୂଲ୍ୟର ଚାନ୍ଦା ମିଳିଛି । ଅନ୍ୟପକ୍ଷରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ୧୪.୨୨ ଅରବ ଟଙ୍କା ଦାନରେ ମିଳିଛି । ତେବେ ଏହି ମାମଲାରେ ଟିଏମ୍‌ସି କଂଗ୍ରେସକୁ ପଛରେ ପକାଇ ଦେଇଛି । ଇଲେକ୍ଟୋରାଲ ବଣ୍ଡ ଜରିଆରେ ଚାନ୍ଦା ନେଉଥିବା ଦଳ ମଧ୍ୟରେ ମମତା ବାନାର୍ଜୀଙ୍କ ପାର୍ଟି ଟିଏମ୍‌ସି ୧୬.୧୦ ଅରବ ଟଙ୍କା ସହିତ ୨ୟ ସ୍ଥାନରେ ରହିଛି ଓ କଂଗ୍ରେସ ଏହି ତାଲିକାରେ ୩ୟ ସ୍ଥାନରେ ରହିଛି ।

ଏମାନଙ୍କ ବ୍ୟତିତ ଭାରତ ରାଷ୍ଟ୍ର ସମିତିକୁ ୧୨.୧୪ ଅରବ, ବିଜୁ ଜନତା ଦଳକୁ ୭.୭୫ ଅରବ, ଡିଏମ୍‌କେକୁ ୬.୩୯ ଅରବ, ୱାଇଏସଆର୍ କଂଗ୍ରେସକୁ ୩.୩୭ ଅରବ, ଟିଡିପିକୁ ୨.୧୮ ଅରବ, ଶିବସେନାକୁ ୧.୫୯ ଅରବ, ଆରଜେଡିକୁ ୭୨.୫୦ କୋଟି, ଆପ୍‌କୁ ୬୫.୪୫ କୋଟି ଚାନ୍ଦା ମିଳିଛି । ତେବେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଚାନ୍ଦା ନେବାରେ ସବୁଠାରୁ ପଛରେ ଅଛି ଗୋଆ ଫରୱାର୍ଡ ପାର୍ଟି ଯାହାକୁ ମାତ୍ର ୩୫ ଲକ୍ଷ ଟଙ୍କା ଚାନ୍ଦା ମିଳିଛି ।

Get real time updates directly on you device, subscribe now.