fbpx

(Video) କାହିଁକି ରାଜଧାନୀ ଅପେରାକୁ ମନାକରି ଦେଲେ ରାଣୀ ପଣ୍ଡା; ଶୁଣନ୍ତୁ ଏନେଇ କ’ଣ କହୁଛନ୍ତି ରାଣୀ…

ଭୁବନେଶ୍ୱର: ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଏକ ଭିନ୍ନ ଖବର ସାମ୍ନାକୁ ଆସିଛି । ଯାହାକି ରାଣୀପଣ୍ଡାଙ୍କ ପ୍ରସଂଶକଙ୍କୁ ଅଡୁଆରେ ପକାଇ ଦେଇଛି । ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ଅନେକ କିଛି ଚର୍ଚ୍ଚା ହୋଇଥାଏ । ସାଧାରଣ ଜନତାଙ୍କର ବିଭିନ୍ନ ସମସ୍ୟା ଉପରେ ତାଙ୍କର ଏକ ନିଆରା ମତ ରହିଥାଏ । ରାଣୀଙ୍କର ସ୍ପଷ୍ଟ ବକ୍ତବ୍ୟ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ ।

କଥା ଛଳରେ କହୁ କହୁ ନିଜ ବିଷୟରେ ରାଣୀ ଅନେକ କିଛି କହି ଦେଇଥାନ୍ତି । ରାଣୀଙ୍କର ଏଭଳି ଖୁଲମଖୁଲା ଅନ୍ଦାଜକୁ ଓଡ଼ିଶାବାସୀ ବହୁତ ପସନ୍ଦ କରିଥାନ୍ତି । ନିକଟରେ ଖଣ୍ଡଗିରି ଯାତ୍ରା ମହାସମରରେ ରାଣୀ ପଣ୍ଡାଙ୍କ ଅଭିନୟ ଦର୍ଶକଙ୍କ ମନ ଜିତିଥିଲା । ଯାତ୍ରା ‘ରାନୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ କୁ ସବୁଠାରୁ ଅଧିକ ଲୋକ ପସନ୍ଦ କରିଥିଲେ । ପୂର୍ବରୁ ଯେଉଁଠି ଦିନେ ଅଶ୍ଳୀଳ ନୃତ୍ୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା ସେଇ ବିଷୟକୁ ନେଇ ପ୍ରସ୍ତୁତ ହୋଇଥିଲା ‘ରାନୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ । ତେବେ ଏହାରି ଭିତରେ ସେ ଏକ ଘୋଷଣା କରିଛନ୍ତି । ରାଜଧାନୀ ଅପେରାକୁ ମନାକରି ଦେଲେ ରାଣୀ ପଣ୍ଡା, କାହିଁକି ଏମିତି କହିଲେ ଶୁଣନ୍ତୁ ଏନେଇ କଣ କହୁଛନ୍ତି ରାଣୀ ପଣ୍ଡା ।

Get real time updates directly on you device, subscribe now.