ଡୋମିନିକା ପିଏମ ମୋଦୀଙ୍କୁ ଦେବ ସର୍ବୋଚ୍ଚ ଜାତୀୟ ସମ୍ମାନ, ଜାଣନ୍ତୁ କାହିଁକି ନେଲା ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: କାରିବିୟାନ ଦ୍ୱୀପ ଦେଶ ଡୋମିନିକା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ସର୍ବୋଚ୍ଚ ଜାତୀୟ ସମ୍ମାନ ଡୋମିନିକା ଆୱାର୍ଡ ଦେବ। ଡୋମିନିକ ପିଏମ ମୋଦୀଙ୍କୁ ଏହି ପୁରଷ୍କାର କୋଭିଡ-୧୯ ମହାମାରୀ ସମୟରେ ଡୋମିନିକାରେ ତାଙ୍କ ଯୋଗଦାନ ଏବଂ ଭାରତ-ଡୋମିନିକା ମଧ୍ୟରେ ସଂପର୍କକୁ ମଜବୁତ କରିବା ଲାଗି ତାଙ୍କ ପ୍ରୟାସ ପାଇଁ ଏନି ନିଷ୍ପତ୍ତି ନିଆଯାଇଛି।

ଡୋମିନିକାର କମନୱେଲଥର ରାଷ୍ଟ୍ରପତି ସିଲଭାନି ବର୍ଟନ୍ ଆଗାମୀ India-CARICOM Summit ସମୟରେ ଏହି ପୁରଷ୍କାର ପ୍ରଦାନ କରିବ। ଏହି ଆୟୋଜନ ୧୯ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଗୁୟାନାର ଜର୍ଜଟାଉନରେ ହେବାକୁ ଯାଉଛି।

୨୦୨୧ ବର୍ଷ ସାରା ଦୁନିଆରେ ମହାମାରୀର ପ୍ରଭାବ ଦେଖିବାକୁ ମିଳିଥିଲା। ସମସ୍ତ ଦେଶ ନିଜ ଲୋକଙ୍କ ପାଇଁ ଟୀକା ସଂଗ୍ରହ କରୁଥିଲେ। ଟୀକା ଉତ୍ପାଦନର କ୍ଷମତା ଭାରତ ସମେତ ଅନ୍ୟ ଦେଶମାମନଙ୍କ ପାଖେ ଥିଲା। ତେବେ ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ଡୋମିନିକାର ଏଷ୍ଟ୍ରାଜେନିକା କୋଭିଡ-୧୯ ଭ୍ୟାକ୍ସିନର ୭୦ ହଜାର ଡୋଜ ପଠାଇଥିଲେ। ଏହି ସମୟରେ ଡୋମିନିକା କରୋନାରୁ ନିଜ ଲୋକଙ୍କୁ ବଞ୍ଚାଇବାରେ ସାହାଯ୍ୟ ମିଳିଥିଲା।