fbpx

ଦୁଇ ବର୍ଷ ବିଳମ୍ବରେ ତ୍ରିନିଦାଦ ଏବଂ ଟୋବାଗୋରେ ଆୟୋଜିତ ହେଉଛି ଯୁବ ରାଜ୍ୟଗୋଷ୍ଠି କ୍ରୀଡ଼ା, ଜାଣନ୍ତୁ କେଉଁ ଦେଶ ସବୁ କରୁଛନ୍ତି ଅଂଶ ଗ୍ରହଣ

ନୂଆଦିଲ୍ଲୀ: ସପ୍ତମ ଯୁବ ରାଜ୍ୟଗୋଷ୍ଠି କ୍ରୀଡ଼ା ଯାହା ୨୦୨୧ ତ୍ରିନିଦାଦ ଏବଂ ଟୋବାଗୋରେ ହେବାର କାର୍ଯ୍ୟସୂଚୀ ଥିଲା ଏବେ ୨୦୨୩ ଅଗଷ୍ଟ ୪ ତାରିଖରେ ସମାନ ସ୍ଥାନରେ ଆରମ୍ଭ ହେବାକୁ ଯାଉଛି । ତେବେ ଟୋକିଓ ଅଲମ୍ପିକ୍ସ ୨୦୨୦ କରୋନା ମହାମାରୀ କାରଣରୁ ଘୁଞ୍ଚିଯାଇଥିଲା, ଯାହା ଫଳରେ ଯୁବ ରାଜ୍ୟଗୋଷ୍ଠି କ୍ରୀଡ଼ା ବିଳମ୍ବରେ ଅନୁଷ୍ଠିତ ହେଉଛି । ବର୍ତ୍ତମାନ ମଧ୍ୟ ତ୍ରିନିଦାଦ ଏବଂ ଟବାଗୋ ଏହାର ଆୟୋଜନ କରିବାର ଅଧିକାର ବଜାୟ ରଖିଛି ।

ଯୁବ ରାଜ୍ୟଗୋଷ୍ଠି କ୍ରୀଡ଼ା ୨୦୨୩ରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ ଆଥଲେଟ୍ ଏବଂ ପାରା ଆଥ୍‌ଲେଟ୍ (୧୪-୧୮ ବର୍ଷ ବୟସ) ୭ ଖେଳରେ ଯୋଗ ଦେବେ ଯାହାକୁ ୫୦୦ ରୁ ଉର୍ଦ୍ଧ ଅଫିସିଆଲ ପରିଚାଳନା କରିବେ । ଏହି କ୍ରୀଡ଼ାରେ ଦ୍ୱୀପ ଦେଶର କଳା ସଂସ୍କୃତି ସହିତ ପାରମ୍ପାରିକ ଖାଦ୍ୟର ଆସର ମଧ୍ୟ ଦେଖିବାକୁ ମିଳିବ । ସେହିପରି ପ୍ରଥମ ଥର ପାଇଁ ଯୁବ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପାରା ଆଥଲେଟ୍‌ମାନେ ଅଂଶ ଗ୍ରହଣ କରିବେ । ଦୁଇ ଦ୍ୱୀପ ରାଜ୍ୟରେ ୭ ଇଭେଣ୍ଟ ୬ଟି ସ୍ପୋର୍ଟିଂ କମ୍ଲେକ୍ସରେ ଆୟୋଜନ ହେବ । ଚଳିତ ବର୍ଷ ରାଜ୍ୟଗୋଷ୍ଠୀର ୩୮ ସଦସ୍ୟ ଦେଶ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି । ନିମ୍ନରେ ଏହି ଦେଶ ମାନଙ୍କର ତାଲିକା ରହିଛି ।

Get real time updates directly on you device, subscribe now.