fbpx

ବଦଳିଲା +୨ ବିଜ୍ଞାନ ସିଲାବସ୍ ଓ ପରୀକ୍ଷା ପ୍ରଣାଳୀ: ନୂଆ ଢାଞ୍ଚାରେ ହେବ ପିଲାଙ୍କ ପରୀକ୍ଷା

ଭୁବନେଶ୍ୱର: +୨ ପିଲାମାନଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ଏକ ମଡ଼ ନିଷ୍ପତ୍ତି ନିଆଯାଇଛି । +୨ ବିଜ୍ଞାନ ବିଭାଗର ସିଲାବସ ଏବଂ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ହୋଇଛି । ବିଭିନ୍ନ ପୁସ୍ତକରେ କିଛିଟା ଅଧ୍ୟାୟକୁ ବାଦ୍ ଦିଆଯାଇଛି । ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ ଆଦି ବିଷୟରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏକାଡେମିକ କମିଟିର ମୋହର ବାଜି ସାରିଛି ।

ଏଣିକି ୩ଟି ବଦଳରେ ୨ଟି ଇଣ୍ଟରନାଲ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଆସନ୍ତାବର୍ଷର ପରୀକ୍ଷା ଅର୍ଥାତ୍ ୨୦୨୪ ପରୀକ୍ଷା ଏହି ନୂଆ ସିଲାବସ୍ ଅନୁଯାୟୀ ହେବ ବୋଲି କୁହାଯାଇଛି । ସିବିଏସଇ ବାଦ୍ ଦେଇଥିବା ଅଧ୍ୟାୟଗୁଡ଼ିକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି । ଦ୍ୱିତୀୟ ବର୍ଷ କାଉନ୍ସିଲ ପରୀକ୍ଷାରୁ ୮୦% ମାର୍କ ଏବଂ ଇଣ୍ଟରନାଲ ପରୀକ୍ଷାରୁ ୨୦% ମାର୍କ ଆଧାରରେ ପିଲାମାନଙ୍କୁ ମାର୍କ ଦିଆଯିବ । ଚଳିତ ଶିକ୍ଷାବର୍ଷରୁ ଏହି ପରିବର୍ତ୍ତନ ଅନୁଯାୟୀ ପାଠପଢା ଆରମ୍ଭ ହେବ । ଅସନ୍ତାବର୍ଷ +୨ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ନୂଆ ପ୍ରଣାଳୀରେ ଅନୁଷ୍ଠିତ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁମତି ମିଳି ସାରିଛି ।

Get real time updates directly on you device, subscribe now.