fbpx

ବଡ଼ ଦୁର୍ଘଟଣା, Express Highway ନିର୍ମାଣ ବେଳେ ଖସି ପଡ଼ିଲା କ୍ରେନ: ୧୪ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ର ଥାଣେ ଅଞ୍ଚଳରୁ ଏକ ଛାତିଥରା ଘଟଣା ଏବେ ସାମନାକୁ ଆସିଛି । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଶ୍ରମିକମାନଙ୍କ ଉପରେ ଖସି ପଡ଼ିଛି ଏକ ବିଶାଳକାୟ କ୍ରେନ । ଫଳରେ ଘଟଣାସ୍ଥଳରେ ୧୫ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଆହୁରି ଅନେକ ଲୋକ କ୍ରେନ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ସମୃଦ୍ଧି ଏକ୍ସପ୍ରେସ ହାଇୱେ ନିର୍ମାଣ କରାଯିବା ବେଳେ ଏଭଳି ଏକ ଅଘଟଣ ଘଟିଯାଇଛି ।

ବ୍ରିଜର ତୃତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ହଠାତ କୌଣସି କାରଣରୁ କ୍ରେନଟି ତଳକୁ ଖସି ପଡ଼ିଛି । ଜିରିଡର ଲଞ୍ଚିଂ ମେସିନ୍ ଖସି ପଡ଼ିବାରୁ ଏହା ତଳେ ଅନେକ ଲୋକ ଆହତ ହୋଇଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାବ୍ୟତୀତ ପ୍ରାୟ ୬ ଜଣ ଶ୍ରମିକ ଏବେ ବି କ୍ରେନ ତଳେ ଫସି ରହିଥିବା ଆଶଙ୍କ ରହିଛି । ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏନଡିଆରଏଫ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛି ।

Get real time updates directly on you device, subscribe now.