fbpx

କରୋନା ଭାଇରସ୍: ଗୋଷ୍ଠୀ ସଂକ୍ରମଣ ନେଇ ଆଇସିଏମଆର ରିପୋର୍ଟରେ ସଙ୍କେତ

ନୂଆଦିଲ୍ଲୀ, ୧୧ା୪: କରୋନାରେ ଦେଶରେ ଗୋଷ୍ଠୀ ସଂକ୍ରମଣ ନେଇ ଆଇସିଏମଆର ରିପୋର୍ଟରେ ସଙ୍କେତ ମିଳିଛି । ଫେବୃଆରୀ ୧୫ରୁ ଏପ୍ରିଲ ୨ ମଧ୍ୟରେ ୫ସପ୍ତାହ ଧରି ଯାଞ୍ଚ କରୁଥିଲା ଆଇସିଏମଆର । ଜଟିଳ ଶ୍ୱାସକ୍ରିୟା ଜନିତ ରୋଗୀଙ୍କ ନମୁନା ପରୀକ୍ଷା କରାଯାଇଥିଲା । ୨୦ଟି ରାଜ୍ୟରେ ୫୨ଜିଲ୍ଲାରେ ୫୯୧୧ ରୋଗୀଙ୍କ ନମୁନା ପରୀକ୍ଷା କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୦୪ରୋଗୀଙ୍କ କରୋନା ପଜିଟିଭ୍ ଆସିଛି । କରୋନା ପଜିଟିଭଙ୍କ ମଧ୍ୟରୁ ୩୯.୨ ପ୍ରତିଶତକଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ଅର୍ଥାତ ଏମାନେ ବିଦେଶରୁ ଆସିନାହାନ୍ତି କିମ୍ବା ବିଦେଶ ଫେରନ୍ତା ରୋଗୀଙ୍କ ସଂସ୍ପର୍ଶରେ ଆସି ନାହାନ୍ତି । ତେଣୁ ଏମାନେ ଗୋଷ୍ଠୀ ସଂକ୍ରମଣ ହୋଇ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.