fbpx

ରାଜଧାନୀରେ ପୁଣି ଲଜ୍ଜା, ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର, ୨୭ା୬(ଓଡ଼ିଶା ଭାସ୍କର): ରାଜଧାନୀରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଦୁଷ୍କର୍ମ , ହତ୍ୟାକଣ୍ଡ ଭଳି ଜଘନ୍ୟ କାଣ୍ଡ ଘଟିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ସେହିପରି ପୁଣିଥରେ ଆଜି ରାଜଧାନୀରେ ଏକ ଲଜ୍ଜାକାର ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।

ତେବେ ନାବାଳିକା ଜଣଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ଼ କରିଛି ସିଡ଼ବ୍ଲୁସି । ନାବାଳିକା ଜଣକ ତାଙ୍କ ମାଆଙ୍କ ଚିକିତ୍ସା ପାଇଁ ଏମ୍ସରେ ଥିଲେ । ମାଆଙ୍କ ମୃତ୍ୟୁ ପରେ ଗତ ୨୪ ତାରିଖରେ ନାବାଳିକାଙ୍କୁ ଉଦ୍ଧାର କରିଥିଲା ସିଡ଼ବ୍ଲୁସି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.