fbpx

ସର୍ତ୍ତମୂଳକ ଜାମିନରେ ମୁକୁଳିଲେ ଆଇନଜୀବୀ

ଭୁବନେଶ୍ୱର : ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ମାମଲାରେ ଗିରଫ ହୋଇଥିବା ଆଇନଜୀବୀ ଆଜି ଜାମିନରେ ଖଲାସ ହୋଇଛନ୍ତି । ଆନ୍ଦୋଳନ ଓ କୋର୍ଟରେ ଭଙ୍ଗାରୁଜା ମାମଲାରେ ଗିରଫ ହୋଇଥିଲେ । ଗତକାଲି ହାଇକୋର୍ଟ ସେମାନଙ୍କ ଜାମିନକୁ ମଞ୍ଜୁର ଦେଇଥିଲେ ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ଆନ୍ଦୋଳନରତ ଆଇନଜୀବୀମାନେ କୋର୍ଟ ପରିସରରେ ଭଙ୍ଗାରୁଜା କରିଥିଲେ । ଏହି ମାମଲାରେ ପୋଲିସ ୨୦ରୁ ଅଧିକ ଆଇନଜୀବୀଙ୍କୁ ଗିରଫ କରିଥିଲା । ଏହା ବ୍ୟତୀତ ୨୦୨୨ ମସିହା ସଡ଼କ ଦୁର୍ଘଟଣା ପରେ ହୋଇଥିବା ଆନ୍ଦୋଳନ ରୁଜୁ ମାମଲାରେ ୮ଜଣ ଆଇନଜୀବୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଦୁଇଟି ମାମଲାରେ ପୁଲିସ ମୋଟ ୨୯ ଜଣ ଆଇନଜୀବୀଙ୍କୁ ଗିରଫ କରିଥିଲା ।

ଜେଲରୁ ମୁକୁଳିବା ପାଇଁ ଏମାନେ କୋର୍ଟରେ ସର୍ତ୍ତମୂଳକ ଜାମିନ ଆବେଦନ କରିଥିଲେ । ତଳ କୋର୍ଟରେ ଏମାନଙ୍କ ଜାମିନ ଅବେଦନ ଖାରଜ ହେବା ପରେ ହାଇକୋର୍ଟରେ ସର୍ତ୍ତମୂଳକ ଜାମିନ ଆବେଦନ କରିଥିଲେ । ଗତକାଲି ହାଇକୋର୍ଟ ସେମାନଙ୍କ ଜାମିନକୁ ମଞ୍ଜୁର ଦେଇଥିଲେ ।

Get real time updates directly on you device, subscribe now.