fbpx

ବ୍ୟାନ୍ ହେଲା କଣ୍ଡୋମ ଓ ଗର୍ଭନିରୋଧକ ମେଡିସନ୍: ମେଡିସିନ ଷ୍ଟୋରରେ ବିକ୍ରି ନେଇ ଲାଗିଲା ରୋକ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଏକ ଆଶ୍ଚର୍ଯ୍ୟଜନକ ନିର୍ଦ୍ଦେଶନାମା ଜାରି କରାଯାଇଛି । ମହିଳାଙ୍କୁ ଗର୍ଭବିରୋଧକ ଔଷଧ ସେବନ ନ କରିବାକୁ କୁହାଯାଇଛି । ଏଥିସହିତ ମେଡିକାଲ ଷ୍ଟୋରମାନଙ୍କରେ ମଧ୍ୟ ଏହାର ବିକ୍ରି ଉପରେ ରୋକ ଲାଗୁ କରାଯାଇଛି । ଦେଶକୁ ତାଲିବାନ ଟେକଓଭର କରିବା ପରେ ସେଠାରେ ଅଜବ ହରକତ ସବୁ ଦେଖିବାକୁ ମିଳୁଛି । ବହୁ କ୍ଷେତ୍ରରେ କଟକଣା ଲାଗୁ ହେଉଥିବା ଦେଖାଯାଉଛି । ଫଳରେ ଜନସାଧାରଣ ଅସହ୍ୟ ଯନ୍ତ୍ରଣା ମଧ୍ୟରେ ପେଶି ହୋଇଯାଉଛନ୍ତି ।

ସୂଚନା ମୁତାବକ, ତାଲିବାନ ଆଫଗାନିସ୍ତାନରେ କଣ୍ଡୋମ ସହିତ ଗର୍ଭନିରୋଧ ମେଡିସିନ ବ୍ୟାନ କରିଛି । ପୂର୍ବରୁ ମଧ୍ୟ ଦେଶରେ ବହୁ କଠୋର କଟକଣା ଲାଗୁ କରାଯାଇଥିଲା । ପ୍ରଥମେ ଯୁବତୀଙ୍କୁ ବିନା ମେହରମରେ ଘରୁ ବାହାରିବା ନେଇ ବ୍ୟାନ କରାଯାଇଥିଲା । ତା’ପରେ ସ୍କୁଲ, କଲେଜ ଯିବା ନେଇ ପ୍ରତିବନ୍ଧକ ଲାଗୁ କରାଯାଇଥିଲା । ଏବେ ପୁଣି ଥରେ ତାଲିବାନ ଦେଶରେ କଣ୍ଡୋମ ବିକ୍ରି ନେଇ ନିର୍ଦ୍ଦେଶନାମା ଜାରି କରିଛି ।

ତାଲିବାନୀ ଯୁବକମାନେ ବ୍ୟକ୍ତିଗତ ଭାବେ ଲୋକଙ୍କ ଘରକୁ ଯାଇ କଣ୍ଡୋମ ବ୍ୟବହାର ନ କରିବାକୁ ଅପିଲ କରୁଛନ୍ତି । କାବୁଲ ସହିତ ବିଭିନ୍ନ ପ୍ରାନ୍ତରେ ଏହାର ବିକ୍ରିକୁ ବ୍ୟାନ କରାଯାଇଛି । ତାଲିବାନୀ ବନ୍ଧୁକଧାରୀ ଯୁବକମାନେ ସେମାନଙ୍କର ଦୋକାକୁ ଦିନକୁ ଦୁଇ-ତିନି ଥରି ଆସି ଗର୍ଭନିରୋଧକ ଔଷଧ ନ ବିକିବାକୁ ଆଦେଶ ଦେଇଥିବା କାବୁଲ ସହରର ଜଣେ ମେଡିକାଲ ଷ୍ଟୋରର ମାଲିକ କହିଛନ୍ତି । କେବଳ ଏତିକି ନୁହେଁ ତାଲିବାନୀମାନେ ନିୟମିତ ଭାବେ ଷ୍ଟୋକୁ ଆସି ଯାଞ୍ଚ ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.