fbpx
BJD
BJD SKY
BJD SKY

UGC ନୋଟିସ୍: ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟ, ଘରୋଇ ବିଶ୍ୱବିଦ୍ୟାଳୟ ଓ ଡିମଡ ବିଶ୍ୱବିଦ୍ୟାଳୟରେ CUET ସ୍କୋର ଆଧାରରେ ହେବ ଆଡମିଶନ

BJD

ନୂଆଦିଲ୍ଲୀ: କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି)କୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ସମସ୍ତ ରାଜ୍ୟ ଓ ଡିମଡ୍ ବିଶ୍ୱବିଦ୍ୟାଳୟମାନଙ୍କରେ ୟୁଜି ପାଠ୍ୟକ୍ରମରେ ପ୍ରବେଶ ନେଇ ସିୟୁଇଟି ୟୁଜି ସ୍କୋରକୁ ଗ୍ରହଣ କରିବାକୁ କୁହାଯାଇଛି । ଏଥିସହିତ ସିୟୁଇଟି ସ୍କୋର ଆଧାରରେ ଆଡମିଶନ କରାଯିବ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏନେଇ ଏକ ନୋଟିସ୍ ଜାରି କରାଯାଇଛି ।

ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ, ରାଜ୍ୟ ବିଶ୍ୱବିଦ୍ୟାଳୟ, ଡିମଡ ବିଶ୍ୱବିଦ୍ୟାଳୟ ଓ ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କରେ ୟୁଜି କାର୍ଯ୍ୟକ୍ରମରେ ପ୍ରବେଶ ନେଇ ସିୟୁଇଟି ସ୍କୋରକୁ ଗ୍ରହଣ କରି ଆଡମିଶନ କରାଯିବ । ଫେବୃଆରୀ ମାସ ୧୬ ତାରିଖରେ ୟୁଜିସି ପକ୍ଷରୁ ଅଫିସିଆଲ ୱେବସାଇଟ https://www.ugc.ac.in/ରେ ଏ ବାବଦରେ ନୋଟିସ୍ ଜାରି କରାଯାଇଛି ।

ତେବେ ୟୁଜିସିର ଏହି ପଦକ୍ଷେପ ଫଳରେ ଛାତ୍ରଛାତ୍ରୀମାନେ ଅଲଗା ଅଲଗା ତାରିଖରେ ଆୟୋଜିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷାରେ ସାମିଲ ହେବାରୁ ମୁକ୍ତି ପାଇପାରିବେ । ସିୟୁଇଟି ୟୁଜି ପରୀକ୍ଷାରେ ବସିବା ଓ ସାରା ଦେଶରେ ଯେ କୌଣସି ୟୁଜି ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ବିଭିନ୍ନ ବୋର୍ଡରୁ ସମାନ ସୁବିଧା ପାଇବା କ୍ଷେତ୍ରରେ ଛାତ୍ରଛାତ୍ରଙ୍କୁ ସହାୟତା ମିଳିବ । ବର୍ତ୍ତମାନ ସିୟୁଇଟି ୟୁଜି ୨୦୨୩ ପରୀକ୍ଷା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଜରି ରହିଛି । ଆସନ୍ତା ମାର୍ଚ୍ଚ ୧୨ ସୁଦ୍ଧା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ cuet.samarth.ac.inକୁ ଯାଇ ରେଜିଷ୍ଟ୍ରେସନ କରିପାରିବେ ।

Get real time updates directly on you device, subscribe now.