fbpx

SBI ଆଣିଲା ଶାନଦାର FD ସ୍କିମ: ୪୦୦ ଦିନ ପାଇଁ ନିବେଶ କଲେ ମିଳୁଛି ଜୋରଦାର ରିଟର୍ଣ୍ଣ

ନୂଆଦିଲ୍ଲୀ: ଆଜିକାଲିର ସମୟରେ ଜନସାଧାରଣ ନିବେଶ ପାଇଁ ଏକ ଭଲ ଲାଭଜନକ ସ୍କିମ ସନ୍ଧାନରେ ରହିଥାନ୍ତି । ତେବେ ଏଥିପାଇଁ ଆପଣଙ୍କର ଆଉ ଚିନ୍ତା କରିବାର ଦରକାର ନାହିଁ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଏକ ଶାନଦାର ଫିକ୍ସଡ ଡିପୋଜିଟ (ଏଫଡି) ସ୍କିମ ଲଞ୍ଚ କରାଯାଇଛି । ଏହି ସ୍କିମରେ ନିବେଶ କରି ଆପଣମାନେ ଭଲ ରିଟର୍ଣ୍ଣ ପାଇପାରିବେ ।

ସୂଚନା ମୁତାବକ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆ) ରେପୋ ରେଟ୍ ବୃଦ୍ଧି କରିବା ପରେ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ ମଧ୍ୟ ଏଫଡି ସୁଧ ହାର ବୃଦ୍ଧି କରିଥିଲା । ଏଥିସହିତ ଏସବିଆଇ ପକ୍ଷରୁ ଏକ ଫିକ୍ସଡ ଡିପୋଜିଟ୍ ସ୍କିମ ମଧ୍ୟ ଲଞ୍ଚ କରାଯାଇଛି । ଏହି ସ୍କ୍ରିମରେ ଏଫଡି କରୁଥିବା ଗ୍ରାହକଙ୍କୁ ୭ ପ୍ରତିଶତରୁ ଅଧିକ ଦରରେ ସୁଧ ମିଳିବ । ଏଥିସହିତ ଏସବିଆଇ ପକ୍ଷରୁ ଦୁଇ କୋଟିରୁ କମ୍ ଟଙ୍କାର ଏଫଡି ଉପରେ ସୁଧ ୨ ବେସିସ ପଏଣ୍ଟରୁ ଆରମ୍ଭ କରି ୨୫ ବେସିସ ପଏଣ୍ଟ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି ।

ତେବେ ଏହି ନୂଆ ସୁଧ ହାର ଫେବୃଆରୀ ମାସ ୧୫ ତାରିଖରୁ ଲାଗୁ ହୋଇଯାଇଛି । ସାଧାରଣ ନିବେଶକଙ୍କୁ ମିଳୁଥିବା ସୁଧ ହାର ଅପେକ୍ଷା ବରିଷ୍ଠ ନାଗରିକଙ୍କ ସୁଧ ହାର ୨୫ ବେସିସ୍ ପଏଣ୍ଟ ଅଧିକ ରହିବ । ତେବେ ନିଜର ଏଫଡି ସୁଧ ହାର ବୃଦ୍ଧି କରିବା ପରେ ବ୍ୟାଙ୍କ ନୂଆ ରିଟେଲ ଏଫଡି ସ୍କିମ ଲଞ୍ଚ କରିଛି । ଏହି ଯୋଜନାର ନାମ ‘ଅମୃତ କଲସ ଜମା ଯୋଜନା’ । ଏଥିରେ ଗ୍ରାହକଙ୍କୁ ୭.୧୦ ପ୍ରତିଶତ ସୁଧ ମିଳିବ । ଏଥିସହିତ ବରିଷ୍ଠ ନାଗରିକମାନେ ଏହି ଯୋଜନାରେ ୭.୬ ପ୍ରତିଶତ ସୁଧ ପାଇବେ । ଏହି ସ୍କିମ ୨୦୨୩ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ଉପଲବ୍ଧ ରହିବ । ଏହା ୪୦୦ ଦିନ ପରେ ମାଚ୍ୟୁର ହେବ ।

Get real time updates directly on you device, subscribe now.