fbpx

ହିମାଚଳ ପ୍ରଦେଶ: ବରଖାସ୍ତ ହୋଇଥିବା ୬ କଂଗ୍ରେସ ବିଧାୟକ ଓ ୩ ସ୍ୱାଧିନ ବିଧାୟକ ବିଜେପିରେ ସାମିଲ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ଏହା ପୂର୍ବରୁ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ତେବେ ଏହି କ୍ରମରେ ହିମାଚଳ ପ୍ରଦେଶ ରାଜନୀତିରୁ ଆସିଛି ଏକ ବଡ଼ ଖବର । ବରଖାସ୍ତ ହୋଇଥିବା ୬ ଜଣ କଂଗ୍ରେସ ବିଧାୟକ ଓ ୩ ଜଣ ସ୍ୱାଧିନ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଏହି ୯ ଜଣ ନେତା ବିଜେପିରେ ସାମିଲ ହେବା ଫଳରେ ରାଜ୍ୟରେ କଂଗ୍ରେସ ତଥା ସୁଖବିନ୍ଦର ସିଂହ ସୁଖୁ ସରକାରଙ୍କୁ ଏକ ବଡ଼ ଝଟକା ଲାଗିଛି ।

ବରଖାସ୍ତ ହୋଇଥିବା ୬ କଂଗ୍ରେସ ବିଧାୟକ ସୁଧୀର ଶର୍ମା, ରବି ଠାକୁର, ରାଜିନ୍ଦର ରାଣା, ଇନ୍ଦର ଦତ୍ତ ଲଖନପାଲ, ଚୈତନ୍ୟ ଶର୍ମା ଓ ଦେବିନ୍ଦର କୁମାର ଭୂଟ୍ଟୋଙ୍କ ସମେତ ୩ ସ୍ୱାଧୀନ ବିଧାୟକ ଆଶୀଷ ଶର୍ମା, ହୋଶିୟାର ସିଂହ ଓ କେ.ଏଲ ଠାକୁର ବିଜେପିରେ ସାମିଲ ହୋଇଛନ୍ତି । ଏଭଳି ସ୍ଥିତିରେ ପୁଣି ଥରେ ହିମାଚଳ ପ୍ରଦେଶ କଂଗ୍ରେସ ସରକାର ଉପରେ ସଙ୍କଟ ଛାଇ ଯାଇଛି । ଉପନିର୍ବାଚନରେ ଏହିସବୁ ଆସନଗୁଡ଼ିକରେ ଯଦି ବିଜେପି ବିଜୟ ହାସଲ କରେ ତେବେ ରାଜ୍ୟରେ ବିଜେପି-କଂଗ୍ରେସ ଆସନ ସଂଖ୍ୟା ସମାନ ହୋଇଯିବ । ଗତ ମାସ ୨୯ ତାରିଖରେ କଂଗ୍ରେସର ୬ ଜଣ ବିଧାୟକଙ୍କୁ ବିଧାନସଭା ବାଚସ୍ପତି ଅଯୋଗ୍ୟ ଘୋଷିତ କରିଥିଲେ ।

Get real time updates directly on you device, subscribe now.