fbpx

PCBର ପୂର୍ବତନ ଅଧ୍ୟକ୍ଷ ଶହରୟାର ଖାନଙ୍କ ଦେହାନ୍ତ

ଇସଲାମାବାଦ: ପାକିସ୍ତାନ କ୍ରିକେଟ ବୋର୍ଡ଼(PCB)ର ପୂର୍ବତନ ଅଧ୍ୟକ୍ଷ ଶହରୟାର ଖାନ(Shaharyar Khan)ଙ୍କ ଦେହାନ୍ତ ହୋଇଯାଇଛି । ଦୀର୍ଘ ଦିନରୁ ଅସୁସ୍ଥ ଥିବା କାରଣରୁ ୮୯ ବର୍ଷ ବୟସରେ ଶନିବାର ତାଙ୍କର ଦେହାନ୍ତ ହୋଇଯାଇଛି । ୨୦୨୩ ଡିସେମ୍ବରରୁ ୨୦୦୬ ଅକ୍ଟୋବର ପର୍ଯ୍ୟନ୍ତ ଏବଂ ୨୦୧୪ ଅଗଷ୍ଟରୁ ୨୦୧୭ ଅଗଷ୍ଟ ପର୍ଯ୍ୟନ୍ତ PCBର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ୧୯୯୯ରେ ଭାରତ ଗସ୍ତ ଏବଂ ଆଇସିସି କ୍ରିକେଟ ବିଶ୍ୱକପ୍ ୨୦୨୩ ସମୟରେ ସେ ପାକିସ୍ତାନ ପୁରୁଷ ଦଳର ଟିମ୍ ମ୍ୟାନେଜର ଭାବରେ କାର୍ଯ୍ୟ କରିଥିଲେ ।

PCB ଏକ ବିବୃତ୍ତି ପ୍ରକାଶ କରି କହିଛି, ‘ପାକିସ୍ତାନ କ୍ରିକେଟ ବୋର୍ଡ଼, ନିଜ ଅଧ୍ୟକ୍ଷ, ବୋର୍ଡ଼ ଅଫ୍ ଗଭର୍ନର୍ସ ଏବଂ କର୍ମଚାରୀଙ୍କ ମଧ୍ୟମରେ ଆଜି ସକାଳେ ଲାହୋରରେ PCBର ପୂର୍ବତନ ଅଧ୍ୟକ୍ଷ ଶହରୟାର ଖାନଙ୍କ ନିଧନକୁ ନେଇ ଗଭୀର ଶୋକ ପ୍ରକାଶ କରୁଛି । ତାଙ୍କ ପରିବାର ପ୍ରତି ଆମର ସମବେଦନା ରହିଛି । ଗତ ଦଶନ୍ଧିରେ ପାକିସ୍ତାନକୁ କ୍ରିକେଟ ଫେରାଇ ଆଣିବା ପଛରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ ।’

Get real time updates directly on you device, subscribe now.