fbpx

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି; ମନ୍ଦିରରେ ବିଦେଶିନୀ ଭକ୍ତ ପ୍ରବେଶ କରିଥିବା ଅଭିଯୋଗ

ପୁରୀ: ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି । ଶ୍ରୀମନ୍ଦିରରେ ବିଦେଶିନୀ ଭକ୍ତ ପ୍ରବେଶ କରିଥିବା ଅଭିଯୋଗ । ବାଇଶି ପାହାଚ ନିକଟରେ ୨ ବିଦେଶୀ ଭକ୍ତଙ୍କୁ ଅଟକାଇଲେ ସେବାୟତ । ୨ ବିଦେଶୀ ଭକ୍ତଙ୍କୁ ସିଂହଦ୍ବାର ଥାନାରେ ଅଟକ ରଖି ପଚରାଉଚରା । ସୂଚନା ଅନୁସାରେ ମନ୍ଦିର ଭିତରେ ନଜର ଆସିଲେ ମହିଳା ବିଦେଶୀ ପର୍ଯ୍ୟଟକ । ବାଇଶି ପାହାଚ ନିକଟରୁ ସେବାୟତଙ୍କ ଦ୍ୱାରା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି । ସିଂହଦ୍ୱାର ଥାନାରେ ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି ।

ପୋଲିସ ଦ୍ୱାରା ଅଟକ ବିଦେଶୀ ନାଗରିକଙ୍କ ପରିଚୟ, ଭିସା ଓ ପାସପୋର୍ଟ ଯାଂଚ କରାଯାଉଛି । ଗତ କିଛି ଦିନ ହେଲା ୫ଜଣ ବାଂଲାଦେଶୀ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଯାହାକୁ ନେଇ ପୁଲିସ ସମ୍ପୃକ୍ତ ବାଂଲାଦେଶୀଙ୍କୁ ଅଟକ ରଖି ଛାନଭିନ କରୁଛି । ତେବେ ବାଂଲାଦେଶ ଦୂତାବାସ ସହ ଆଲୋଚନା ପରେ ତାଙ୍କ ପାର୍ସପୋର୍ଟ ଯାଂଚ କରାଯାଇଥିଲା । ସେମାନଙ୍କ ବିରୋଧରେ କୌଣସି ସନ୍ଦେହ ଜନକ ତଥ୍ୟ ନ ମିଳିବାରୁ ସେମାନଙ୍କୁ ଛାଡ଼ି ଦିଆଯାଇଛି ।

Get real time updates directly on you device, subscribe now.