fbpx

ଆଜି କର୍ଣ୍ଣାଟକରେ ୪ଟି ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ରାଜ୍ୟରେ ବିଜେପି ଗଡ଼କୁ ଦୃଢ଼ କରିବା ପାଇଁ କରିବେ ପ୍ରଚାର

ବେଙ୍ଗାଲୁରୁ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ରାଜ୍ୟ ବିଜେପି ୟୁନିଟକୁ ଦୃଢ଼ କରିବା ପାଇଁ ଜନ ସମାବେଶକୁ ସମ୍ବୋଧିତ କରିବେ । ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବେଲଗାୱି, ଉତ୍ତର କନ୍ନଡ଼, ଦାୱଣଗେରେ ଏବଂ ବଲ୍ଲାରୀରେ ୪ଟି ରାଲିକୁ ସମ୍ବୋଧିତ କରିବେ । ଏହା ସହ ବିଜେପିର ପ୍ରଚାର କରିବେ ।

ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା ନିର୍ବାଚନୀ ପ୍ରଚାର ପାଇଁ କୁଣ୍ଡନଗରୀ ବେଲଗାଓଁ ପହଁଚିଥିଲେ । ସେଠାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ ସହ ଅନ୍ୟ ବ୍ୟକ୍ତି ବିଶେଷ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ପ୍ରଥମେ ମୋଦୀ ବେଲଗାୱି ପହଞ୍ଚି ଏକ ସାର୍ବଜନିକ ବୈଠକକୁ ସମ୍ବୋଧିତ କରିବେ । ଏହା ପରେ ଉତ୍ତର କନ୍ନଡ଼ର ସିରସି ଏବଂ ଦାୱଣଗେରେ ଏକ ବୈଠକରେ ଯୋଗ ଦେବେ । ଏହା ସହ ଦାୱଣଗେରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେବେ । ଶେଷରେ ବେଲ୍ଲାରୀରେ ଏକ ଜନସଭାକୁ ସମ୍ବୋଧିତ କରିବେ କରିବେ । କର୍ଣ୍ଣାଟକରେ ଲୋକସଭା ନିର୍ବାଚନ ସମୟରେ ସବୁବେଳେ ବିଜେପିର ଦମଦାର ପ୍ରଦର୍ଶନ ଜାରି ରହିଆସିଛି । ଏହା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ବିଜେପିର ମୂଳ ଦୃଢ଼ ରହିଛି । ୨୦୧୯ ନିର୍ବାଚନ ସମୟରେ ରାଜ୍ୟରେ ଦଳ ମୋଟ୍ ୨୮ରୁ ୨୫ଟି ଆସନରେ ବିଜୟ ଲାଭ କରିଥିଲା । ଅପରପକ୍ଷରେ କଂଗ୍ରେସ ଗୋଟିଏ ଆସନ ହାତେଇଥିଲା । କହିରଖୁଛୁ ଏପ୍ରିଲ ୨୬ରେ କର୍ଣ୍ଣାଟକରେ ୨୮ରୁ ୧୪ଟି ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅନ୍ୟ ୧୪ଟି ଆସନ ପାଇଁ ମେ ୭ରେ ମତଦାନ ହେବ । ଏଥିରେ ବାଗଲକୋଟ, ବେଲଗାଓଁ, ବିଦର, ବିଜାପୁର, ଚିକ୍କୋଡ଼ି, ଦାୱଣଗେରେ, ଧାରୱାଡ଼, କାଲାବୁରାଗି, ହାୱେରି, ବଲ୍ଲାରି, କୋପଲ, ରାୟଚୁର, ଶିମୋଗା ଏବଂ ଉତ୍ତର କନ୍ନଡ଼ ଆସନ ସାମିଲ ରହିଛି । ଏଭଳି ସ୍ଥିତିରେ ବିଜେପି ସାମ୍ନାରେ ପୁଣି ଥରେ ଉତ୍ତମ ପ୍ରଦର୍ଶନ ଦୋହରାଇବା ପାଇଁ ଚ୍ୟାଲେଞ୍ଜ ରହିଥିବା ବେଳେ କଂଗ୍ରେସ ଏହାର ଅସ୍ତିତ୍ୱ ବଜାୟ ରଖିବା ପାଇଁ ଚେଷ୍ଟା କରୁୁଛି ।

Get real time updates directly on you device, subscribe now.