fbpx

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍‌ଏ ବଟିକା, ବଣ୍ଟନ ତଥ୍ୟ ରଖିବେ ବିଇଓ

ଭୁବନେଶ୍ୱର: ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ଦିଆଯିବ ଆଇଏଫଏ ବଟିକା । ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ଏହି ଆଇରନ୍ ଓ ଫଲିକ୍ ଏସିଡ୍ ବଟିକା ବଣ୍ଟନ କରିବେ । ଏହା ବିଦ୍ୟାଳୟ ଖୋଲିବା ପୂର୍ବରୁ ବଣ୍ଟନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ରାଜ୍ୟକୁ ଆନେମିଆ ଅର୍ଥାତ ରକ୍ତହୀନତାରୁ ମୁକ୍ତ କରିବା ପାଇଁ ଏହି ଅଭିଯାନ କର୍ଯ୍ୟକ୍ରମ ଜାରି ରହିଛି ।

ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲମାନଙ୍କରେ ଏହା ବଣ୍ଟନ କରାଯିବ । ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଆଇଏଫଏ ଗୋଲାପୀ ରଙ୍ଗର ବଟିକା ଦିଆଯିବା ବେଳେ ଷଷ୍ଠ ରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଆଇଏଫଏ ନୀଳ ବଟିକା ଦିଆଯିବ । ଏହା ଅଭିଭାବକମାନଙ୍କର ଉପସ୍ଥିତିରେ ଏକ୍ସପାରୀ ଡେଟ ତଦାରଖ କରି ପ୍ରଦାନ କରାଯିବ।

ଆଇଏଫଏ ବଟିକାକୁ ଖରାଛୁଟିର ପ୍ରତି ସୋମବାର ଦିନ ପ୍ରଦାନ କରାଯିବ । ଏହାକୁ ପିଲାମାନେ ଖରାବେଳେ ଖାଦ୍ୟ ସାରିବା ପରେ କିମ୍ବା ରାତିରେ ଖାଦ୍ୟ ପରେ ଏହି ବଟିକା ଖାଇବେ । ତେବେ ଖରାଛୁଟିରେ ବଣ୍ଟନ ହୋଇଥିବା ବଟିକାର ସମସ୍ତ ଦାୟିତ୍ୱ ବ୍ଲକ ଶିକ୍ଷା ଅଧିକାରୀମାନେ ନେବେ ।

Get real time updates directly on you device, subscribe now.