fbpx

ସଂଖ୍ୟା ଜାଣିଲେ ଉଡିବ ହୋସ୍ ! ଦେଶରେ ୧ କୋଟିରୁ ଅଧିକ ଚାକିରି, ପ୍ରାର୍ଥୀ କେବଳ ୮୭ ଲକ୍ଷ

ନୂଆଦିଲ୍ଲୀ: ଦେଶରେ ରୋଜଗାର ଅଭାବକୁ ନେଇ ଉତ୍ତେଜନା ଦେଖାଦେଇଛି । କିନ୍ତୁ ସରକାରୀ ତଥ୍ୟ ଆଉ କିଛି ରୋଚକ କଥା କହୁଛି । ନ୍ୟାସନାଲ କ୍ୟାରିୟର ସର୍ଭିସ (ଏନସିଏସ୍) ପୋର୍ଟାଲ ଅନୁଯାୟୀ ଦେଶରେ ଅଧିକ ଚାକିରି ଅଛି ଏବଂ ପ୍ରାର୍ଥୀ କମ୍ ଅଛନ୍ତି ।

ଏନସିଏସ୍ ଅନୁଯାୟୀ, ୨୦୨୪ ଆର୍ôଥକ ବର୍ଷରେ ୮୭ ଲକ୍ଷ ଲୋକ ପୋର୍ଟାଲରେ ଚାକିରି ପାଇଁ ଆବେଦନ କରିଥିବାବେଳେ ଚାକିରି ପାଇଁ ଖାଲିଥିବା ପଦବୀ ସଂଖ୍ୟା ୧.୦୯ କୋଟି ଥିଲା ।

ଏନସିଏସ୍ ପୋର୍ଟାଲରେ ଚାକିରିରେ ୨୧୪ ପ୍ରତିଶତ ଜମ୍ପ :-

ନ୍ୟାସନାଲ କ୍ୟାରିୟର ସର୍ଭିସ୍ ଅନୁଯାୟୀ, ୨୦୨୪ ଆର୍ôଥକ ବର୍ଷରେ ପୋର୍ଟାଲରେ ମୋଟ ୧,୦୯୨,୪୧୬୧ ଚାକିରି ପଞ୍ଜିକୃତ ହୋଇଛି । ୨୦୨୩ ଆର୍ôଥକ ବର୍ଷର ୩୪,୮୧,୯୪୪ ଚାକିରି ତୁଳନାରେ ଏହି ସଂଖ୍ୟା ୨୧୪ ପ୍ରତିଶତ ଅଧିକ । ଅବଶ୍ୟ ସମାନ ଅବଧିରେ, ଚାକିରି କରୁଥିବା ଲୋକଙ୍କ ସଂଖ୍ୟା ମାତ୍ର ୫୩ ପ୍ରତିଶତ ବୃଦ୍ଧି ପାଇ ୮୭,୨୦,୯୦୦ ରେ ପହଞ୍ଚିଛି । ୨୦୨୩ ଆର୍ôଥକ ବର୍ଷରେ, ପୋର୍ଟାଲରେ କେବଳ ୫୭,୨୦,୭୪୮ ଚାକିରି ପଞ୍ଜିକୃତ ହୋଇଥିଲା । ସରକାରୀ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଅର୍ଥନୀତିର ଅଭିବୃଦ୍ଧି ଯୋଗୁଁ ଚାକିରି ସଂଖ୍ୟାରେ ଏହି ବୃଦ୍ଧି ଦେଖିବାକୁ ମିଳିଛି । ଭବିଷ୍ୟତରେ ମଧ୍ୟ ଏହି ଗତି ଜାରି ରହିବ ବୋଲି ସମସ୍ତ ଆଶା ଅଛି । ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭାରତର ଅର୍ଥନୀତି ୮ ପ୍ରତିଶତ ହାରରେ ବୃଦ୍ଧି ପାଇବ ।

ଅର୍ଥ ଏବଂ ବୀମା କ୍ଷେତ୍ରରେ ଅଧିକାଂଶ ଚାକିରି :-

ଏନସିଏସ୍ ତଥ୍ୟ ଅନୁଯାୟୀ ଅର୍ଥ ଏବଂ ବୀମା କ୍ଷେତ୍ରରେ ସର୍ବାଧିକ ଚାକିରି ଆସିଛି । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୩୪ ପ୍ରତିଶତ ବୃଦ୍ଧି ପାଇ ୪୬,୬୮,୮୪୫ ରେ ପହଞ୍ଚିଛି । ଏହା ପରେ, ଅପରେସନ୍ ଏବଂ ସପୋର୍ଟ ସେକ୍ଟରରେ ଦ୍ୱିତୀୟ ସର୍ବାଧିକ ସଂଖ୍ୟକ ଚାକିରି ପଞ୍ଜିକୃତ ହୋଇଛି । ଗତ ବର୍ଷ ତୁଳନାରେ ୨୮୬ ପ୍ରତିଶତ ବୃଦ୍ଧି ଘଟିଛି । ନାଗରିକ ଏବଂ ନିର୍ମାଣ କ୍ଷେତ୍ରରେ ଚାକିରିରେ ସବୁଠାରୁ ବଡ ବୃଦ୍ଧି ଘଟିଛି । ୨୦୨୩ ଆର୍ଥିକ ବର୍ଷରେ ଏହି କ୍ଷେତ୍ରରୁ କେବଳ ୯,୩୯୬ ଚାକିରି ପଞ୍ଜିକୃତ ହୋଇଥିବାବେଳେ ୨୦୨୪ ଆର୍ôଥକ ବର୍ଷରେ ୧୧,୭୫,୯୦୦ ଚାକିରି ପୋର୍ଟାଲରେ ଆସିଛି । ଅନ୍ୟାନ୍ୟ ସେବାରେ ଚାକିରି ମଧ୍ୟ ୧୯୯ ପ୍ରତିଶତ ବୃଦ୍ଧି ପାଇ ୧୦,୭୦,୨୦୬ ରେ ପହଞ୍ଚିଛି ।

ଦଶମ ଏବଂ ଦ୍ୱାଦଶ ପାସ୍ ପାଇଁ ଅନେକ ଚାକିରି :-

ଏନସିଏସ୍ ତଥ୍ୟ ଅନୁଯାୟୀ manufacturing, IT and communications, transport and storage, education ଏବଂ specialized professional services କ୍ଷେତ୍ରରେ ଚାକିରି ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଦ୍ୱାଦଶ ପାସ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଚାକିରି ସଂଖ୍ୟାରେ ୧୭୯ ପ୍ରତିଶତ ଜମ୍ପ ହୋଇଛି । ଦଶମ କିମ୍ବା ତା’ଠାରୁ କମ୍ ପାସ୍ କରିଥିବା ଛାତ୍ରମାନଙ୍କ ପାଇଁ ଚାକିରି ସଂଖ୍ୟାରେ ୪୫୨ ପ୍ରତିଶତ ଜମ୍ପ ହୋଇଛି । ଆଇଟିଆଇ ଏବଂ ଡିପ୍ଲୋମା ଧାରକମାନଙ୍କ ପାଇଁ ଚାକିରି ୩୭୮ ପ୍ରତିଶତ ବୃଦ୍ଧି ପାଇଛି ।

Get real time updates directly on you device, subscribe now.