fbpx

(Video) ପ୍ରବଳ ତାତିରୁ ଆଶ୍ୱସ୍ତି ଦେବ କାଳବୈଶାଖୀ: ଏହି ଦିନରୁ ରାଜ୍ୟରେ ଆସୁଛି ବଡ଼ ବର୍ଷା!

ଓଡ଼ିଶା ଭାସ୍କର: ବର୍ତ୍ତମାନ ସାରା ରାଜ୍ୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ କଲବଲ ହେଉଛି ସମଗ୍ର ଓଡ଼ିଶା । ଚଳିତବର୍ଷ ଏପ୍ରିଲ ମାସର ତାତି ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରି ସାରିଲାଣି । ପ୍ରାୟ ସବୁ ଦିନ ପୂର୍ବାହ୍ନ ସାଢେ ୧୧ଟା ପରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯାଉଛି । ଘରୁ ବାହାରିବା ତ ଦୂରର କଥା, ଘର ଭିତରେ ମଧ୍ୟ ଶାନ୍ତିରେ ରହିବା ମୁସ୍କିଲ ହୋଇଛି । ତେବେ ଏହାଭିତରେ ରାଜ୍ୟବାସୀଙ୍କୁ କାଳବୈଶାଖୀର ଅପେକ୍ଷା ରହିଛି । ତେବେ ଆଗାମୀ ୩ ଦିନ ପାଇଁ ପ୍ରବଳ ଖରାର ଆଲର୍ଟ ରହିଥିବା ବେଳେ ଏହା ପରେ ଗରମରୁ ଆଶ୍ୱସ୍ତି ମିଳିାପରିବ । ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବର୍ଷା ହେବା ନେଇ ଅନୁମାନ କରାଯାଉଛି ।

ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବେଲଗାମ ହୋଇଥିବା ତାପମାତ୍ରାରେ ହ୍ରାସ ଦେଖିବାକୁ ମିଳିପାରେ । ଅନେକ ରାଜ୍ୟରେ ଆଗାମୀ ଦିନରେ ପ୍ରବଳ ବର୍ଷା ସହ ଝଡ ତୋଫାନ ଆସିବ ବୋଲି ଆଶା କରାଯାଉଛି । ତେଣୁ ବିଶେଷ କରି ଉତ୍ତର ପଶ୍ଚିମ ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ଓଡିଶାରେ ବି କିଛି ଦିନ ମଧ୍ୟରେ କାଳବୈଶାଖୀ ଯୋଗୁଁ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । ପାଣିପାଗ ବିଭାଗ ହିସାବରେ, ପୂର୍ବ ଓ ଦକ୍ଷିଣ ଭାରତରେ ଆସନ୍ତା ୫ ଦିନ ଯାଏଁ ହିଟୱେଭ ଜାରି ରହିବ । ପଶ୍ଚିମ ହିମାଳୟ କ୍ଷେତ୍ର ଓ ଉତ୍ତର ପଶ୍ଚିମ ଭାରତରେ ୨୯ ତାରିଖ ଭିତରେ ବର୍ଷା ହେବା ନେଇ ଜଣାପଡିଛି । ସେହିପରି ପୂର୍ବୋତର ଭାରତର କିଛି ରାଜ୍ୟରେ ୨୬-୨୮ ଏପ୍ରିଲ ଓ ମଧ୍ୟ ଭାରତରେ ୨୬ ଓ ୨୭ ଏପ୍ରିଲ ମଧ୍ୟରେ ବର୍ଷା, ଝଡ ତୋଫାନ ହେବାନେଇ ଆଲର୍ଟ ଜାରି କରାଯାଇଛି ।

ଗତ ୨୪ ଘଣ୍ଟା ଭିତରେ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡିଶା, ଆନ୍ଧ୍ରପ୍ରଦେଶରେ ହିଟୱେଭ ଜାରି ରହିଛି । କିନ୍ତୁ ପରବର୍ତୀ ୪ ଦିନ ଭିତରେ ଅନେକ ରାଜ୍ୟରେ ଘଡଘଡି ବର୍ଷା ସହ ପବନ ବହିବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ରାଜ୍ୟରେ ଆସନ୍ତା ିକଛି ଦିନ ମଧ୍ୟରେ ସାମାନ୍ୟ ବର୍ଷା ହେବା ନେଇ ଆକଳନ କରାଯାଇଛି ।

Get real time updates directly on you device, subscribe now.