fbpx

ଏହି ୬ଟି ଦେଶଙ୍କୁ ୧ ଲକ୍ଷ ଟନ ପିଆଜ ପଠାଇବ ଭାରତ, ରପ୍ତାନୀ ନିଷେଧାଦେଶରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ଭାରତ ପିଆଜ ରପ୍ତାନୀ ଉପରେ ଲାଗିଥିବା ପ୍ରତିବନ୍ଧକ ମଧ୍ୟରେ କିଛି ପଡୋଶୀ ଦେଶଙ୍କୁ ପଠାଇବା ଲାଗି ମଞ୍ଜୁରୀ ଦେଇଛି । ଏଥର ୬ଟି ଦେଶକୁ ୧ ଲକ୍ଷ ଟନ ପିଆଜ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଜନ ବଣ୍ଟନ ମନ୍ତ୍ରଣାଳୟର ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୬ଟି ଦେଶ ବାଲଂଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ଭୁଟାନ, ବହାରେନ, ମରିସସ୍‌, ଏବଂ ଶ୍ରୀଲଙ୍କାକୁ ପିଆଜ ରପ୍ତାନୀ ପାଇଁ ସରକାର ଅନୁମୋଦନ କରିଛନ୍ତି । ଏହି ସମସ୍ତ ୬ଟି ପଡୋଶୀ ଦେଶକୁ ୯୯ ହଜାର ୧୫୦ ଟନ୍ ପିଆଜ ରପ୍ତାନୀ ହେବ ।

କେନ୍ଦ୍ର ସରକାର ଏଥିସହ ୨ ହଜାର ଟନ ଧଳା ପିଆଜ ରପ୍ତାନୀର ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ବିଶେଷ କରି ରପ୍ତାନୀ ପାଇଁ ଏହି ଧଳା ପିଆଜ ଚାଷ କରାଯାଏ । ଏଗୁଡିକ ପଶ୍ଚିମ ଏସିଆ ଏବଂ ୟୁରୋପର ବଜାରକୁ ରପ୍ତାନି କରାଯାଏ । ଏହା ପୂର୍ବରୁ ମାର୍ଚ୍ଚରେ ଖବର ଆସିଥିଲା ଯେ, ସରକାର ବାଂଲାଦେଶ, ଭୁଟାନ, ବହାରେନ ଏବଂ ମରିସସକୁ ପିଆଜ ରପ୍ତାନୀ କରିବାକୁ ସରକଲାର ଅନୁମୋଦନ ଦେଇଛନ୍ତି । ସେହି ସମୟରେ ଖବର କୁହାଯାଇଥିଲା ଯେ, ଭୁଟାନ, ବହାରେନ ଏବଂ ମରିସସକୁ ୬୪ ହଜାର ଟନ୍ ପିଆଜ ରପ୍ତାନୀ କରିବାକୁ ଅନୁମତି ଦିଆଯାଇଛି ।

ଏହାକୁ ବାଂଲାଦେଶକୁ ଯୋଗାଇବା ପାଇଁ ବ୍ୟବସାୟୀମାନଙ୍କଠାରୁ ୧,୬୫୦ ଟନ୍ ପିଆଜ କିଣିବାର ଏକ ଅପଡେଟ ମଧ୍ୟ ସାମ୍ନାକୁ ଆସିଥିଲା । ଏହାପରେ ଚଳିତ ମାସରେ ସରକାର ମାଳଦ୍ୱୀପକୁ ପିଆଜ ପଠାଇବାକୁ ଅନୁମତି ଦେଇଥିଲେ । ତେବେ ପିଆଜ ରପ୍ତାନୀ ଉପରେ ନିଷେଧାଦେଶ ଏପର୍ଯ୍ୟନ୍ତ ବି ଜାରି ରହିଛି । କେବଳ କିଛି କ୍ଷେତ୍ରରେ ପିଆଜ ରପ୍ତାନୀ କରିବାକୁ ସରକାର ମଞ୍ଜୁରୀ ଦେଇଛନ୍ତି ।

Get real time updates directly on you device, subscribe now.