fbpx
BJD SKY
BJD SKY

କଂଗ୍ରେସ ଜାରି କଲା ୧୦ମ ଓ ୧୧ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶା ସମେତ ୬ଟି ରାଜ୍ୟ ପାଇଁ ପ୍ରାର୍ଥୀ ଘୋଷଣା

BJD

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଭନ୍ନ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ କଂଗ୍ରେସ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ଦଳ ଗତ ମାସ ୨୭ରେ ୮ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ୨୯ରେ ୯ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା । ଏହା ମଧ୍ୟରେ ଦଳ ତା’ର ୧୦ମ ଓ ୧୧ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

୧୦ମ ପର୍ଯ୍ୟାୟରେ ଦଳ ଦୁଇଟି ରାଜ୍ୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମହାରାଷ୍ଟ୍ରର ଆକୋଲା ଆସନରୁ ଡ. ଅଭୟ କାଶୀନାଥ ପାଟିଲ ଓ ତେଲେଙ୍ଗାନାର ୱାରାଙ୍ଗଲରୁ କାଦିୟାମ କାବ୍ୟା ନିର୍ବାଚନ ଲଢ଼ିବେ । ସେହିପରି ୧୧ତମ ପର୍ଯ୍ୟାୟରେ ଓଡ଼ିଶା ସମେତ ୪ଟି ରାଜ୍ୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ମୋଟ ୧୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଆନ୍ଧ୍ରପ୍ରଦେଶର ୫ଟି, ବିହାରର ୩ଟି, ଓଡ଼ିଶାର ୮ଟି ଓ ପଶ୍ଚିମବଙ୍ଗରେ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।

Get real time updates directly on you device, subscribe now.