fbpx

OAVS ନିଯୁକ୍ତି: ୧୩୪୨ଟି ପ୍ରିନ୍ସିପାଲ ଓ ଶିକ୍ଷକ ପଦ ପୂରଣ ହେବ, ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ) ପକ୍ଷରୁ ୧୩୪୨ ଜଣ ପ୍ରିନ୍ସିପାଲ ଓ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଗତମାସରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ଉକ୍ତ ପଦ ପୂରଣ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ଏପ୍ରିଲ ୧ ତାରିଖରୁ ୩୦ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ । ମେ ମାସ ୨ ତାରିଖ ପେମେଣ୍ଟ ଗ୍ରହଣର ଅନ୍ତିମ ତାରିଖ ରହିଛି । ପ୍ରିନ୍ସିପାଲ ପଦ ପାଇଁ ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ପ୍ରାର୍ଥୀଙ୍କ ପାଇଁ ୨ ହଜାର ଟଙ୍କା ଆବେଦନ ଫିସ୍ ରହିଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୧୨୫୦ ଟଙ୍କା ରହିଛି । ସେହିପରି ଶିକ୍ଷକ ପଦ ପାଇଁ ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ପ୍ରାର୍ଥୀଙ୍କ ପାଇଁ ୧୫ ଶହ ଟଙ୍କା ଆବେଦନ ଫିସ୍ ରହିଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୧ ହଜାର ଟଙ୍କା ରହିଛି ।

୨୦୨୪ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ପ୍ରିନ୍ସିପାଲ ପଦ ପାଇଁ ସର୍ବନିମ୍ନ ବୟସ ୩୨ ଓ ସର୍ବାଧିକ ବୟସ ସୀମା ୫୦ ବର୍ଷ ରହିଛି । ସେହିପରି ଶିକ୍ଷକ ପଦ ପାଇଁ ସର୍ବନିମ୍ନ ବୟସ ୨୧ ରହିଥିବା ବେଳେ ସର୍ବାଧିକ ବୟସ ସୀମା ୩୮ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପିଜିଟି, ଟିଜିଟି, କଳା ଶିକ୍ଷକ, ପିଇଟି, କମ୍ପ୍ୟୁଟର ଶିକ୍ଷକ ଆଦି ପଦ ପୂରଣ ହେବ ।

ଅନଲାଇନ୍ ଆବେଦନ ଲିଙ୍କ: https://cdn.digialm.com/EForms/configuredHtml/32845/88426/Registration.html

ନୋଟିଫିକେସନ ଲିଙ୍କ: https://oav.edu.in/documents/oav/recruitments/240307120341_Indicative_Advertisement_01-_2024-OAV.pdf

Get real time updates directly on you device, subscribe now.