fbpx

କଂଗ୍ରେସର ବଡ଼ ଘୋଷଣା: ଭାରତ ଯୋଡ଼ୋ ଯାତ୍ରା ପରେ ୨୬ ଜାନୁଆରୀରେ ଆରମ୍ଭ ହେବ ଏହି ଅଭିଯାନ

ନୂଆଦିଲ୍ଲୀ: ଭାରତ ଯୋଡା ଯାତ୍ରା ପରେ କଂଗ୍ରେସ ଏହାର ପରବର୍ତ୍ତୀ ଅଭିଯାନ ଘୋଷଣା କରିଛି । ରବିବାର ଦିନ କଂଗ୍ରେସ କହିଛି ଯେ ‘ଭାରତ ଯୋଡା ଯାତ୍ରା’ ପରେ ଜାନୁଆରୀ ୨୬ ରୁ ସାରା ଦେଶରେ ‘ହାଥ ସେ ହାଥ ଯୋଡ଼ୋ ଅଭିଯାନ’ ଆରମ୍ଭ ହେବ । ଏହି ଅଭିଯାନ ପାଇଁ ଦଳ ବ୍ଲକ, ପଞ୍ଚାୟତ ଏବଂ ବୁଥ ସ୍ତରରେ ଜନସମ୍ପର୍କ ସ୍ଥାପନ କରିବ ।

ଦଳର ସଂଗଠନର ସାଧାରଣ ସମ୍ପାଦକ କେ.ସି ବେଣୁୁଗୋପାଲ କହିଛନ୍ତି ଯେ “ଭାରତ ଯୋଡା ଯାତ୍ରା’ ଶେଷ ପରେ ଜାନୁଆରୀ ୨୬ ରୁ ସାରା ଦେଶରେ “ହାତ ମିଳାଇବା ଅଭିଯାନ’ ଆରମ୍ଭ ହେବ । ଯାହା ଅଧୀନରେ ବ୍ଲକ, ପଞ୍ଚାୟତ ଏବଂ ବୁଥ ସ୍ତରରେ ଲୋକଙ୍କୁ ଯୋଗାଯୋଗ କରାଯିବ । ବେଣୁୁଗୋପାଲ କହିଛନ୍ତି ଯେ ଦୁଇମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ରାହୁଲ ଗାନ୍ଧୀଙ୍କ ଚିଠି ମଧ୍ୟ ଲୋକଙ୍କୁ ହସ୍ତାନ୍ତର କରାଯିବ ।
ଏହି ଅଭିଯାନରେ କ’ଣ ହେବ?
ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ‘ଭାରତ ଯୋଡ଼ୋ’ ଯାତ୍ରା ଡିସେମ୍ବର ୨୪ ରେ ଦିଲ୍ଲୀରେ ପହଞ୍ଚିବ ଏବଂ ଜାନୁଆରୀ ୨୬ ସୁଦ୍ଧା ଶ୍ରୀନଗରରେ ଶେଷ ହେବ । ସେ କହିଛନ୍ତି ଯେ ଏହି ଗସ୍ତ ପରେ ‘ହାଥ ସେ ହାଥ ଯୋଡ଼ୋ ଅଭିଯାନ’ ଅଧୀନରେ ଏକ ତିନି ସ୍ତରୀୟ କାର୍ଯ୍ୟକ୍ରମ ହେବ । ବ୍ଲକ ଏବଂ ବୁଥ ସ୍ତରରେ ଯାତ୍ରା, ଜିଲ୍ଲା ସ୍ତରରେ ସମ୍ମିଳନୀ ଏବଂ ରାଜ୍ୟ ସ୍ତରରେ ରାଲି ଅନୁଷ୍ଠିତ ହେବ ।

ରମେଶ କହିଛନ୍ତି ଯେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ “ହାଥ ସେ ହାଥ ଯୋଡ଼ୋ ଅଭିଯାନ’ ସହ ଜଡିତ କାର୍ଯ୍ୟକ୍ରମରେ ଯୋଗଦେବେ ।

Get real time updates directly on you device, subscribe now.