fbpx

Kidney Donation କେତେ ସୁରକ୍ଷିତ: ପୁରୁଷ ଓ ନାରୀଙ୍କ ଫର୍ଟିଲିଟି ଉପରେ ଏହାର ପ୍ରଭାବ କ’ଣ, ଗୋଟିଏ କିଡନୀରେ ଜଣେ କେତେଦିନ ବଞ୍ଚି ପାରିବ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗତ କିଛି ବର୍ଷ ଧରି କିଡନୀ ସମେତ ଅନେକ ବିମାରୀରେ ପୀଡ଼ିତ ରହିଛନ୍ତି । ନିକଟରେ ସିଙ୍ଗାପୁରରେ ରହୁଥିବା ଲାଲୁଙ୍କ କନ୍ୟା ରୋହିଣୀ ଆଚାର୍ଯ୍ୟ ତାଙ୍କ ବାପାଙ୍କୁ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଲାଲୁ ରୋହିଣୀଙ୍କ କିଡନୀ ଡୋନେଟକୁ ପ୍ରଥମେ ବିରୋଧ କରିଥିଲେ ହେଁ ପରେ ମାନିଯାଇଥିଲେ ।

ମଣିଷ ଶରୀରରେ ମଧ୍ୟରେ ଦୁଇଟି କିଡନୀ ରହିଥାଏ । କିଡନୀ ଆମର ରକ୍ତକୁ ପରିସ୍କାର କରିବା ସହ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିଦେଇଥାଏ । କିଛି ଲୋକ ଆବଶ୍ୟକ ପଡ଼ିଲେ ନିଜର ପରିବବାର ସଦସ୍ୟଙ୍କ କିଡନୀକୁ ପ୍ରତ୍ୟରୋପଣ କରିଥାନ୍ତି । ତେବେ ଏହା ଏକ ସାଧାରଣ କଥା ନୁହେଁ । କିଡନୀ ଡୋନେସନ ପରେ ଅନେକ ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ ।

ମୁମ୍ବାଇ ସ୍ଥିତ ଫର୍ଟିସ ହସ୍ପିଟାଲର ନେଫ୍ରୋଲୋଜିଷ୍ଟ ଆଣ୍ଡ ଟ୍ରାନ୍ସପ୍ଲାଣ୍ଟ ଫିଜିସିଆନ ଡା. ହରେଶ ଡୋଡେଜା କହିଛନ୍ତି, ଆମର ଦୁଇଟି କିଡନୀ ମଧ୍ୟରୁ ଯଦି ଗୋଟିଏ ଅକାମି ହୋଇଥାଏ, ଏପରି ସ୍ଥଳେ ଅନ୍ୟ ଜଣଙ୍କର କିଡନୀ ପ୍ରତ୍ୟରୋପଣ କରାଯାଇପାରେ । ଏହାପରେ ଗୋଟିଏ କିଡନୀ ଆମ ଶରୀରରେ ସାମାନ୍ୟ ଠାରୁ ଅଧିକ କାମ କରିନେଇଥାଏ । ଗୋଟିଏ କିଡନୀର ଫଙ୍କସନ ବଢ଼ିବା ଫଳରେ ଜଣେ ମଣିଷ ସାଧାରଣ ଭାବେ ଜୀବନଯାପନ କରିପାରିବ ।

କିଛି ଲୋକଙ୍କର ଜନ୍ମରୁ ଗୋଟିଏ କିଡନୀ ଅନ୍ୟ କିଡନୀ ଅପେକ୍ଷା କମ୍ କାମ କରିଥାଏ । ଗୋଟିଏ କିଡନୀ ସହାୟତାରେ ଜଣେ ବ୍ୟକ୍ତି ସାରା ଜୀବନ ବଞ୍ଚି ଯାଇପାରେ । ସାଧାରଣ ଭାବେ କିଡନୀ ଦାନ କରିଥିବା ବ୍ୟକ୍ତି ସୁସ୍ଥ ରହିଥାଏ । ଏପିରିକି ଆଗକୁ ମଧ୍ୟ ତାକୁ କୌଣସି ସମସ୍ୟା ସହ ଲଢ଼ିବାକୁ ପଢ଼ିବ ନାହିଁ । ଯଦି ଜଣେ ବ୍ୟକ୍ତି ୩୦ରୁ ୪୦ ବର୍ଷ ମଧ୍ୟରେ ଗୋଟିଏ କିଡନୀ ଦାନ କରେ, ତେବେ ସେ ବିଲକୁଲ ସୁସ୍ଥ ରହିଥାଏ । ପରବର୍ତ୍ତୀ ୨୦ରୁ ୨୫ ବର୍ଷ ପର୍ଯ୍ୟନ୍ତ ସେ କୌଣସି ଅସୁବିଧାର ସାମ୍ନା କରେନାହିଁ । କିଡନୀ ଡୋନେଟ କରିବା ପାଇଁ ଆଡଲ୍ଟ ଏଜକୁ ପରଫେକ୍ଟ ଭାବେ ଗ୍ରହଣ କରାଯାଏ ।

ଆଜିକାଲି ଖରାପ ଲାଇଫଷ୍ଟାଇଲ କାରଣରୁ ଅଧିକାଂଶ ଲୋକଙ୍କ କିଡନୀ ଡ୍ୟାମେଜ୍ ହୋଇଯାଉଛି । ଡାଇବେଟିସ, ବ୍ଲଡପ୍ରେସର, କିଡନୀରେ ସମସ୍ୟା, କାମ୍ବିଫ୍ଲେମ, ବ୍ରୁଫେନ ପରି ପେନ୍ କିଲର୍ସର ଅତ୍ୟଧିକ ସେବ, କିଡନୀରେ ବ୍ଲକେଜ କାରଣରୁ କିଡନୀ ଅକାମି ହୋଇଯାଇଥାଏ । ଆଜିକାଲି ଲେଫ୍ରୋସ୍କୋପିକ ଟେକନିକ ମାଧ୍ୟମରେ କିଡନୀ ରିମୁଭ୍ ସର୍ଜରୀ କରାଯାଉଛି । ଏଥିରେ ବ୍ଲିଡିଂ ଓ ସଂକ୍ରମଣର ଆଶଙ୍କା ରହିଥାଏ । କିଡନୀ ଡୋନେସନ ପରେ ଡୋନରକୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ଏକରୁ ତିନି ମାସ ସମୟ ଲାଗିଥାଏ । କିଡନୀକୁ ସୁସ୍ଥ ରଖିବାକୁ ହେଲେ ବ୍ଲଡପ୍ରେସର ଓ ବ୍ଲଡ ଶୁଗର ସ୍ତରକୁ ନିୟନ୍ତ୍ରଣ ରଖିବାକୁ ଜରୁରୀ । ଅଧିକ ମାତ୍ରାରେ ପାଣି ପିଇଲେ କିଡନୀ ଷ୍ଟୋନ ସମସ୍ୟା ରହି ନଥାଏ ।

ହେଲଦି ଲାଇଫଷ୍ଟାଇଲ ଓ ଡାଇଟ ଦ୍ୱାରା ଆପଣ କିଡନୀ ଡ୍ୟାମେଜରୁ ବର୍ତ୍ତି ପାରିବେ । କିଡନୀ ଡୋନେଟ ପୂର୍ବରୁ ଡାକ୍ତରମାନେ ଉକ୍ତ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ଯାଞ୍ଚ କରିଥାନ୍ତି । କିଡନୀ ଦାନ କରିବା ପରେ ମହିଳାମାନେ ଗର୍ଭଧାରଣ କରିପାରିବେ । ପୁରୁଷ କି ମହିଳାଙ୍କର ଫର୍ଟିଲିଟି ଉପରେ ଏହାର କୌଣସି କୁପ୍ରଭାବ ପଡ଼େ ନାହିଁ । କିଡନୀ ଡୋନେସନ ପରେ ଡୋନରକୁ ଡାଇଟ ଓ ଲାଇଫଷ୍ଟାଇଲ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ମଦ, କଫିନ ଓ ହାଇ ପ୍ରୋଟିନ ଫୁଡ ସେବନଠାରୁ ଦୂରେଇ ରହିବା ଉଚିତ । କାରଣ ଏହିସବୁ ଜିନିଷକୁ ଭାଙ୍ଗିବା ପାଇଁ କିଡନୀକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ଏହାଦ୍ୱାରା ଆପଣଙ୍କ କିଡନୀ ଉପରେ ଅଧିକ ଭାର ପଡ଼ିପାରେ ।

Get real time updates directly on you device, subscribe now.