fbpx

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଠନ ହେଲା କଂଗ୍ରେସ କମିଟି

AAKASH

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଗାମୀ ତ୍ରିସ୍ତରୀୟ ପଂଚାୟତ ରାଜ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଘୋଷଣା କରିଛନ୍ତି । ଏହି କମିଟିରେ ବରିଷ୍ଠ କଂଗ୍ରେସ ନେତା ଯଜେ୍ଞଶ୍ୱର ବାବୁ ଆବାହକ ଥିବା ବେଳେ ଉମା ବଲ୍ଲଭ ରଥ, ମନୋରଞ୍ଜନ ଦାଶ, ଦେଓ ପ୍ରସାଦ, କୈଳାସ ସାହୁ ପ୍ରମୁଖ ସଦସ୍ୟ ରହିଛନ୍ତି ।

ଏହି କମିଟି ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ୟ୍ୟନ୍ତ କିପରି ମ୍ୟୁନିସପାଲଟି ଏବଂ ପଂଚାୟତ ସଂଗଠନକୁ ପ୍ରସ୍ତୁତ କରାଯିବ ସେଥିନେଇ ସବିଶେଷ ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କରିବା ପାଇଁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Get real time updates directly on you device, subscribe now.