fbpx
BJD SKY
BJD SKY

ରାଜ୍ୟସଭା ନିର୍ବାଚନ: ରାଜସ୍ଥାନର ୪ଟି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ଓ କଂଗ୍ରେସ

BJD

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ତା’ ପୂର୍ବରୁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱ ବହନ କରୁଛି । ବିଶେଷ କରି କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏହି ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ରାଜ୍ୟସଭା ନିର୍ବାଚନର ଫଳାଫଳ ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନର ଅଙ୍କକୁ ବିଗାଡ଼ି ଦେବାର କ୍ଷମତା ରଖୁଛି ।

ରାଜସ୍ଥାନର ୪ଟି ରାଜ୍ୟସଭା ସିଟ୍ ପାଇଁ ବିଜେପି ଓ କଂଗ୍ରେସ ନେତାମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହରିୟାଣାର ନିର୍ଦ୍ଦଳୀୟ ରାଜ୍ୟସଭା ସଦସ୍ୟ ସୁଭାଷ ଚନ୍ଦ୍ର ଭାଜପା ସମର୍ଥନରେ ନାମାଙ୍କନ ଭରିଛନ୍ତି । ପୂର୍ବତନ ମନ୍ତ୍ରୀ ଘନଶ୍ୟାମ ତିୱାଡ଼ି ବିଜେପି ପକ୍ଷରୁ ନାମାଙ୍କନ ଭରିଛନ୍ତି । ଜୁଲାଇ ମାସରେ ବିଜେପିର ୪ ରାଜ୍ୟସଭା ସଦସ୍ୟ ଓମ ମାଥୁର, କେଜେ ଓଲଫୋସ, ରାମକୁମାର ବର୍ମା ଓ ହର୍ଷବର୍ଦ୍ଧନ ସିଂହଙ୍କ କାର୍ଯ୍ୟକାଳ ସରୁଛି । ସେହିପରି କଂଗ୍ରେସ ପକ୍ଷରୁ ମୁକୁଲ ୱାସନିକ, ପ୍ରମୋଦ ତିୱାରୀ ଓ ରଣଦୀପ ସିଂହ ସୁରଜେୱାଲା ନାମାଙ୍କନ ଦାଖଲ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୫୦ ହୋଇଥିବା ବେଳେ ବେଳେ ଏହାର ସଦସ୍ୟମାନଙ୍କର କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ । ପ୍ରତି ଦୁଇବର୍ଷରେ ରାଜ୍ୟସଭାର ଏକତୃତୀୟାଂଶ ସଦସ୍ୟ ଖାଲି ହୋଇଥାନ୍ତି । ଆସନ୍ତା ମାସରେ ଖାଲିଥିବା କିଛି ସିଟ୍ ପାଇଁ ୧୫ଟି ରାଜ୍ୟରେ ନିର୍ବାଚନ ହେବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପାଖରେ ୧.୨ ପ୍ରତିଶତ ଭୋଟ କମ୍ ରହିଛି । ତେଣୁ ରାଜ୍ୟସଭା ନିର୍ବାଚନରେ ଯେତେ ଅଧିକ ସଂଖ୍ୟକ ସିଟରେ ବିଜେପି ଜିତି ପାରିବ, ତାହା ଦଳ ପାଇଁ ସେତିକି ଲାଭଦାୟକ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.