fbpx
BJD SKY
BJD SKY

ରାଜ୍ୟସଭା ନିର୍ବାଚନ: ଉତ୍ତରପ୍ରଦେଶରେ BJP ଖେଳିଲା OBC-ଦଳିତ କାର୍ଡ

BJD

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ତା’ ପୂର୍ବରୁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱ ବହନ କରୁଛି । ବିଶେଷ କରି କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏହି ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଉତ୍ତରପ୍ରଦେଶରୁ ୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ଏହି ଲିଷ୍ଟରେ ଭାଜପା ସମସ୍ତ ବର୍ଗଙ୍କୁ ସାମିଲ କରିଥିଲେ ହେଁ କିଛି ବର୍ଗର ପ୍ରାର୍ଥୀ ଏଥିରୁ ବାଦ୍ ପଡ଼ିଛନ୍ତି । ଏଠାରେ ଦଳ ଓବିସି ଓ ଦଳିତଙ୍କର ରାଜନୈତିକ ସଶକ୍ତିକରଣ ଫର୍ମୂଲା ଆପଣାଇଛି । ରବିବାର ଓ ସୋମବାର ଘୋଷଣା ହୋଇଥିବା ୨୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ସାମାଜିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ଅଟନ୍ତି । ତେବେ ୨୦୧୪ଠାରୁ ଆଜି ପର୍ଯ୍ୟନ୍ତ ବିଜେପିର କ୍ଷମତା ବଜାୟ ରଖିବା କ୍ଷେତ୍ରରେ ଓବିସି-ଦଳିତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୫୦ ହୋଇଥିବା ବେଳେ ବେଳେ ଏହାର ସଦସ୍ୟମାନଙ୍କର କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ । ପ୍ରତି ଦୁଇବର୍ଷରେ ରାଜ୍ୟସଭାର ଏକତୃତୀୟାଂଶ ସଦସ୍ୟ ଖାଲି ହୋଇଥାନ୍ତି । ଆସନ୍ତା ମାସରେ ଖାଲିଥିବା କିଛି ସିଟ୍ ପାଇଁ ୧୫ଟି ରାଜ୍ୟରେ ନିର୍ବାଚନ ହେବ । ତେଣୁ ରାଜ୍ୟସଭା ନିର୍ବାଚନରେ ଯେତେ ଅଧିକ ସଂଖ୍ୟକ ସିଟରେ ବିଜେପି ଜିତି ପାରିବ, ତାହା ଦଳ ପାଇଁ ସେତିକି ଲାଭଦାୟକ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.