fbpx
BJD SKY
BJD SKY

ରାଜ୍ୟସଭା ନିର୍ବାଚନ: କଂଗ୍ରେସରେ ଉଠିଲା ବିରୋଧର ସ୍ୱର, ୬ ଲକ୍ଷ ଭୋଟରେ ହାରିଥିବା ପ୍ରାର୍ଥୀଙ୍କୁ ଦଳ କାହିଁକି ଦେଉଛି ଟିକେଟ୍?

BJD

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ତା’ ପୂର୍ବରୁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱ ବହନ କରୁଛି । ବିଶେଷ କରି କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏହି ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ରାଜ୍ୟସଭା ନିର୍ବାଚନର ଫଳାଫଳ ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନର ଅଙ୍କକୁ ବିଗାଡ଼ି ଦେବାର କ୍ଷମତା ରଖୁଛି ।

ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ପୁଣି ଥରେ ବିବାଦ ଆରମ୍ଭ ହୋଇଯାଇଛି । ପ୍ରାର୍ଥୀ ଚୟନକୁ ନେଇ ଦଳୀୟ କର୍ମୀଙ୍କ ମହଲରେ ଅସନ୍ତୋଷର ସ୍ୱର କୁହୁଳିବାରେ ଲାଗିଲାଣି । ମହାରାଷ୍ଟ୍ରରୁ ଇମରାନ ପ୍ରତାପଗଢ଼ୀଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯିବା ପରେ ବିଭିନ୍ନ ମହଲରୁ ଉଠିଛି ପ୍ରଶ୍ନବାଚୀ । ଏନେଇ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟ ବିଶ୍ୱବନ୍ଧୁ ରାୟ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି । ଦିଲ୍ଲୀରେ ଶଯ୍ୟା ସାମଗ୍ରୀ ଧରି ପଡ଼ିଥିବା ନେତାଙ୍କୁ ଦଳ ଟିକେଟ୍ ଦେଉଛି । ମୁରାଦାବାଦ ଆସନରୁ ୬ ଲକ୍ଷ ଭୋଟରେ ହାରିବା ପରେ ମଧ୍ୟ ଇମରାନଙ୍କୁ ସଂଖ୍ୟାଲଘୁ ବିଭାଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଥିବା କହି ଟାର୍ଗେଟ୍ କରିଛନ୍ତି ବିଶ୍ୱବନ୍ଧୁ ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୫୦ ହୋଇଥିବା ବେଳେ ବେଳେ ଏହାର ସଦସ୍ୟମାନଙ୍କର କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ । ପ୍ରତି ଦୁଇବର୍ଷରେ ରାଜ୍ୟସଭାର ଏକତୃତୀୟାଂଶ ସଦସ୍ୟ ଖାଲି ହୋଇଥାନ୍ତି । ଆସନ୍ତା ମାସରେ ଖାଲିଥିବା କିଛି ସିଟ୍ ପାଇଁ ୧୫ଟି ରାଜ୍ୟରେ ନିର୍ବାଚନ ହେବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପାଖରେ ୧.୨ ପ୍ରତିଶତ ଭୋଟ କମ୍ ରହିଛି । ତେଣୁ ରାଜ୍ୟସଭା ନିର୍ବାଚନରେ ଯେତେ ଅଧିକ ସଂଖ୍ୟକ ସିଟରେ ବିଜେପି ଜିତି ପାରିବ, ତାହା ଦଳ ପାଇଁ ସେତିକି ଲାଭଦାୟକ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.