fbpx

କୁକୁର ଆଗରେ ହାର ମାନିଲା ଜଙ୍ଗଲର ରାଜା: ଦେଖନ୍ତୁ ଏମାନଙ୍କ ଭିତରେ ଯୁଦ୍ଧର ଭିଡିଓ

ସୋସିଆଲ ମିଡିଆରେ ଅନେକ ଭିଡିସ ଭାଇରାଲ ହେଉଛି । ପଶୁପକ୍ଷୀଙ୍କ ବିଭିନ୍ନ ମଜାଦାର ଭିଡିଓ ସହିତ ଆହୁରି ଅନେକ ଭିଡିଓ ଲୋକଙ୍କ ପାଇଁ ମନୋରଞ୍ଜନର ଖୁରାକ ଯୋଗାଇଥାଏ । ବେଳେବେଳେ ଏମିତି ଭିଡିଓ ଆମକୁ ମିଳିଥାଏ, ଯାହା ବିଶ୍ୱାସ କରିବା ଟିକିଏ କଷ୍ଟକର ହୋଇପଡେ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିହିଆରେ ଭାଇରାଲ ହେବାରେ ଲାଗିଛି ।

ଜଙ୍ଗଲରେ ଗୋଟିଏ କୁକୁର ଏବଂ ସିଂହ ମଧ୍ୟରେ ହେଉଥିବା ଯୁଦ୍ଧର ଭିଡିଓ ଏବେ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କୁକୁରଯିକୁ ମହାବଳ ସିଂହକୁ ଯୁଦ୍ଧ ପାଇଁ ଚାଲେଞ୍ଜ ଦେଇଛି । କେବଳ ସେତିକି ନୁହେଁ, ଉଭୟଙ୍କ ମଧ୍ୟରେ ଜବରଦସ୍ତ ଫାଇଟ ମଧ୍ୟ ଦେଖିବାକୁ ମିଳିଛି । ସିଂହକୁ ନ ଡରି କୁକୁର ତାକୁ ସାମନା କରୁଥିବାର ଏହି ଭିଡିଓରେ ଦେଖାଯାଇଛି । ଏହି ଯୁଦ୍ଧର ଅନ୍ତ କିନ୍ତୁ ଖୁବ ଆଶ୍ଚର୍ଯ୍ୟଜନକ ରହିଛି । କୁକୁର ଆଗରେ ହାର ମାନି ନେଇଛି ଜଙ୍ଗଲର ରାଜା ମହାବଳ ସିଂହ । ଶେଷରେ କୁକୁର ଆଗରେ ନିଜକୁ ସରେଣ୍ଡର କରି ସିଂହ ସେଠାରୁ ଚାଲି ଯାଇଛି ।

ଏହି ଭିଡିଓ ଦେଖିବା ପରେ ଲୋକମାନେ ନିଜ ଆଖି ଉପରେ ମଧ୍ୟ ଭରଷା କରି ପାରୁ ନାହାନ୍ତି । କୁକୁର ଗୋଟିଏ ସିଂହକୁ ହରାଇବା ଘଟଣା ହୁଏତ ଆଗରୁ କେହି କେବେ ଦେକି ନଥିବେ କି ଶୁଣି ନଥିବେ । ତେଣୁ ଏମିତି ଏକ ଅଜବ ଭିଡିଓକୁ ଅନେକ ୟୁଜର ଦେଖିବା ସହ ପସନ୍ଦ ମଧ୍ୟ କରିଛନ୍ତି । ଅନେକ ଲୋକ କମେଣ୍ଟରେ କୁକୁରର ସାହସକୁ ପ୍ରଶଂସା ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.