fbpx

ପରଲୋକରେ ବଲିଉଡ ସିଙ୍ଗର କେକେ: ଲାଇଭ କନସର୍ଟ ବେଳେ ଆସିଲା ହାର୍ଟ ଆଟାକ୍

କୋଲକାତା: ଦେଶର ଲୋକପ୍ରିୟ ଗାୟକ କେକେ ଓରଫ୍ କ୍ରିଷ୍ଣାକୁମାର କୁନଠଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । କଲିକତାରେ ଏକ ଷ୍ଟେଜରେ ଗୀତ ଗାଉଥିବା ବେଳେ ଅଚାନକ୍ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା ଓ ତଳେ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାତ୍ର ୫୩ ବର୍ଷ ବୟସରେ କେକେ ଦୁନିଆକୁ ଅଲବିଦା କହି ଚାଲିଗଲେ । କେକେଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କରି ଶୋକ ବ୍ୟକ୍ତି କରିଛନ୍ତି ।

କୁହାଯାଉଛି ଯେ, କେକେଙ୍କୁ ହାର୍ଟ ଆଟାକ୍ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ । କେକେ ୨ ଦିନର କନସର୍ଟ ପାଇଁ କୋଲକାତା ଯାଇଥିଲେ । ସୋମବାର ଦିନ ସେ ଏକ କନସର୍ଟ କରିଥିଲେ । ବିବକେନନ୍ଦ କଲେଜରେ ସେ ଏହି କନସର୍ଟ କରିଥିଲେ । କିନ୍ତୁ ଦ୍ୱିତୀୟ କନସର୍ଟ ସମୟରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା ଓ ସେ ସବୁଦିନ ପାଇଁ ଆଖି ବୁଜିଦେଲେ ।

ସୂଚନାଯୋଗ୍ୟ ଯେ କେକେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି । ତାଙ୍କ ସୁପରହିଟ ଗୀତ ମଧ୍ୟରେ ଦିଲ ଇବାଦତ, ଆଖୋ ମେ ତେରୀ, ତୁନେ ମାରି ଏଣ୍ଟ୍ରି, ଜରା ସି ଦିଲ ମେ, ଖୁଦା ଜାନେ କି ମେ ଫିଦା ଆଦି ରହିଛି । ଆଜି ତାଙ୍କର ଏଭଳି ଅଚାନକ ମୃତ୍ୟୁରେ ଫ୍ୟାନମାନେ ସ୍ତବ୍ଧ ହୋଇଯାଇଛନ୍ତି ।

Get real time updates directly on you device, subscribe now.