fbpx
BSKY SKY
BSKY SKY

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ: ୪୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

BSKY

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସ ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ଡିସେମ୍ବର ୮ ତାରିଖରେ ଭୋଟ ଗଣନା କରାଯିବ । ତେବେ ଏହା ମଧ୍ୟରେ ରାଜ୍ୟରେ ନିର୍ବାଚନୀ ଉଷ୍ଣତା ଚଳଚଞ୍ଚଳ ହୋଇଉଠିଛି । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର କ୍ଷମତାରେ ରହିଥିବା ବେଳେ କଂଗ୍ରେସ ଏଥର କ୍ଷମତା ହାତେଇବା ପାଇଁ ପୂରା ଦମରେ ଲାଗି ପଡ଼ିଛି ।

କଂଗ୍ରେସ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମୋଟ ୪୬ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ତେବେ ସବୁଠାରୁ ଖାସ୍ କଥା ହେଉଛି ବିଜେପିର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସିଟରେ କଂଗ୍ରେସ ଚେତରାମ ଠାକୁରଙ୍କୁ ଟିକେଟ ଦେଇଛି । ଚେତରାମ ଠାକୁର ଏବେ ରାଜ୍ୟର କଂଗ୍ରେସ ମହାସଚିବ ରହିଛନ୍ତି ।

ହିମାଚଳ ପ୍ରଦେଶ ବିଧାନସଭାର ମୋଟ ସିଟ୍ ସଂଖ୍ୟା ହେଉଛି ୬୮ । ଚଳିତ ଥର ବିଜେପି, କଂଗ୍ରେସ ସହିତ ଆମ୍ ଆଦମୀ ପାର୍ଟି (ଆପ) ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବାରୁ କଡ଼ା ମୁକାବିଲା ଦେଖିବାକୁ ମିଳିବ । କଂଗ୍ରେସ ପୂର୍ବ ଲିଷ୍ଟରେ ଥିବା ୨୦ ଜଣ ବିଧାୟକଙ୍କ ମଧ୍ୟରୁ ୧୯ ଜଣଙ୍କ ଟିକେଟ କାଟି ଦେଇଛି ।

Get real time updates directly on you device, subscribe now.