fbpx

ଟି-୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିବେ ଏହି ୨ ଦଳ: ଏବେଠୁ ହେଲା ଘୋଷଣା!

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପର କ୍ୱାଲିଫାୟାର ମୁକାବିଲା ଆରମ୍ଭ ହୋଇସାରିଛି । ୱାର୍ମ-ଅପ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆକୁ ହରାଇ ନିଜ ଦମ ଦେଖାଇଛି ଟିମ ଇଣ୍ଡିଆ । ତେବେ ଟୁର୍ଣ୍ଣାମେଣ୍ଟର ମହାଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭବିଷ୍ୟବାଣୀ କରିବା ଆରମ୍ଭ କରିଛନ୍ତି କ୍ରିକେଟର ଲିଜେଣ୍ଡ । ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଟି-୨୦ ବିଶ୍ୱକପ ଫାଇନାଲକୁ ନେଇ ଏମାନେ ଭବିଷ୍ୟବାଣୀ କରିଛନ୍ତି । କେଉଁ ଦୁଇ ଦଳ ମଧ୍ୟରେ ବିଶ୍ୱଯୁଦ୍ଧର ଫାଇନାଲ ଖେଳାଯିବ ସେ ନେଇ ଏମାନେ ଅନୁମାନ ଲଗାଇଛନ୍ତି ।

ତେବେ ପ୍ରଥମେ ଟିମ ଇଣ୍ଡିଆର ଅଧିନାୟକ ସୁନୀଲ ଗାଭାସ୍କରଙ୍କୁ ଦୁଇ ଫାଇନାଲିଷ୍ଟଙ୍କ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ, ପ୍ରଥମ ଦଳ ଭାବରେ ଭାରତକୁ ଚୟନ କରିଛନ୍ତି । ତେବେ ଏହାବ୍ୟତୀତ ଅଷ୍ଟ୍ରେଲିଆରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଥିବାରୁ ସେ ଦ୍ୱିତୀୟ ଦଳ ଭାବେ ଫାଇନାଲ ଖେଳିପାରେ ବୋଲି କହିଛନ୍ତି ଗାଭାସ୍କର । ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟମ ମୁଡି ମଧ୍ୟ ନିଜର ୨ ଫାଇନାଲିଷ୍ଟ ବାଚିଛନ୍ତି । ତେବେ ମୁଡିଙ୍କ ଲିଷ୍ଟରେ ୪ଟି ଦଳ ସ୍ଥାନ ପାଇଛନ୍ତି । ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଏହି ବିଶ୍ୱକପ ଟ୍ରଫି ହାସଲ କରିପାରନ୍ତି ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । କିନ୍ତୁ ଫାଇନାଲିଷ୍ଟ ଭାବରେ ଅଷ୍ଟ୍ରେଲିଆଏବଂ ଭାରତ ପହଞ୍ଚିବେ ବୋଲି କହିଛନ୍ତି ଟମ ମୁଡି ।

ସୁପର ୧୨ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ରହିଛନ୍ତି । ତେବେ ବାକି ୨ଟି ଦଳର ନାମ କ୍ୱାଲିଫାୟାର ପରେ ଘୋଷଣା କରାଯିବ । ବିଶ୍ୱକପରେ ଗୃପ-୨ର ପାକିସ୍ତାନ, ସାଉଥ ଆଫ୍ରିକା ଏବଂ ବାଂଲାଦେଶ ସହିତ ମୁହାଁମୁହିଁ ହୋଇ ଫାଇନାଲରେ ପହଞ୍ଚିବାକୁ ପଡିବ । ଆସନ୍ତା ୨୩ ତାରିଖରେ ପାକିସ୍ତାନକୁ ଭେଟିବ ଟିମ ଇଣ୍ଡିଆ ।

Get real time updates directly on you device, subscribe now.