fbpx

କର୍ଣ୍ଣାଟକ ଉପନିର୍ବାଚନରେ କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ସିଦ୍ଧରମୈୟା

କର୍ଣ୍ଣାଟକ,୯ ।୧୨: କର୍ଣ୍ଣାଟକର ୧୫ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଆଜି ଫଳାଫଳ ଆସିଛି । ଏଥିରେ ବିଜେପି ୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ୨ଟି ଆସନରେ ବିଜୟ ଲାଭ କରିଛି । ଦଳର ଏଭଳି ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ସିଦ୍ଧରମୈୟା ଇସ୍ତଫା ଦେଇଛନ୍ତି । କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଦିନେଶ ଗୁଣ୍ଡେ ରାୟ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପରାଜୟକୁ ଗ୍ରହଣ କରିବା ସହ ନୈତିକତା ଦୃଷ୍ଟିରୁ ଦୁଇ ନେତା ଇସ୍ତଫା ଦେଇଛନ୍ତି ।

ତେବେ କର୍ଣ୍ଣାଟକ ଉପ-ନିର୍ବାଚନରେ କଂଗ୍ରେସ ବହୁତ ଖରାପ ପ୍ରଦର୍ଶନ କରିଛି । କଂଗ୍ରେସ ମାତ୍ର ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ବିଜୟୀ ହୋଇଛି । ବିଜେପିକୁ ସରକାର ଗଢିବାକୁ ମାତ୍ର ୬ଟି ଆସନ ଦରକାର ଥିବା ବେଳେ ସେ ୧୨ଟି ଆସନରେ ବାଜିମାର କରିଛି । ଏହି ପରିମାଣ ସହିତ ୟେଦିୟୁରପ୍ପା ସରକାରଙ୍କୁ ବିଧାନସଭାରେ ପୂର୍ବ ବହୁମତ ମିଳିଯାଇଛି ।

Get real time updates directly on you device, subscribe now.