fbpx

ଦାୟିତ୍ୱ ଗ୍ରହଣ କଲେ ନୂଆ ଡିଜିପି

କଟକ, ୯ା୧୨(ଓଡ଼ିଶା ଭାସ୍କର): ଆଜି ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଭୟ । କଟକ ପୋଲିସ ମୁଖ୍ୟାଳୟରେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଛି । ୧୯୮୬ ବ୍ୟାଚ ଆଇପିଏସ ଅଭୟ ଜାତୀୟ ପୋଲିସ ଏକାଡ଼େମୀର ନିର୍ଦ୍ଦେଶକ ଥିଲେ । ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଭାବେ କାର୍ଯ୍ୟ କରିଥିଲେ । ସିଆରପିଏଫର ଅତିରିକ୍ତ ଡିଜି(ତାଲିମ) ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେତିକି ନୁହେଁ ସିବିଆଇରେ ମଧ୍ୟ କାର୍ଯ୍ୟ କରିବାର ତାଙ୍କର ଅଭିଜ୍ଞତା ରହିଛି ।

ସେ ଡିଜିପି ଭାବେ ଦାୟିତ୍ୱ ନେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି ପୋଲିସ ବିଭାଗରେ ମୋ ସରକାର ଓ ୫ଟିକୁ ଗୁରୁତ୍ୱ ଦିଆଯିବ । ମହିଳା ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଏହାସହ ନକ୍ସଲ ଓ ମାଫିଆଙ୍କ ଦମନ ଦିଗରେ କାର୍ଯ୍ୟ କରିବି । ଓଡ଼ିଶା ପୋଲିସର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନିତ କରାଯିବ ବୋଲି ଡିଜିପି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର ।ସେ ଆଗରୁ ହାଇଦ୍ରାବାଦ ଜାତୀୟ ପୋଲିସ ଏକାଡ଼େମିର ନିର୍ଦ୍ଦେଶକ ଓ କେନ୍ଦ୍ର ଡ଼େପୁଟେସନରେ ନୂଆ ପୋଲିସ  ଡିଜି ଭାବେ କାର୍ଯ୍ୟରତ ଥିଲେ । ଏନେଇ ଅଭୟଙ୍କୁ ଦାୟିତ୍ୱମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କରି ଅନୁରୋଧ କରିଥିଲେ । ଅଭୟଙ୍କ ପୂର୍ବରୁ ଅନ୍ତରୀଣ ଡିଜି ଭାବେ ସତ୍ୟଜିତ ମହାନ୍ତି ଦାୟିତ୍ୱ ତୁଲାଉଥିଲେ ।

Get real time updates directly on you device, subscribe now.