fbpx

ଶୁଖିବାରେ ଲାଗିଛି ଦୁନିଆର ସବୁଠାରୁ ଚଉଡା ୱାଟରଫଲ୍ ଭିକ୍ଟୋରିଆ

ସମଗ୍ର ଦୁନିଆରେ ଜଳବାୟୁ ସର୍ବଦା ପରିବର୍ତ୍ତନ ହେବା ସହ ପକୃତି ସହ ଜଡିତ କିଛି ଘଟଣା ମଧ୍ୟ ସାମନାକୁ ଆସିଥାଏ । ଏହାରି ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି । ଦୁନିଆର ସବୁଠାରୁ ଚଉଡା ଭିକ୍ଟୋରିଆ ୱାଟରଫଲ୍ ବା ଜଳପ୍ରପାତ ଅଧାରୁ ଅଧିକ ଶୁଖି ଯାଇଛି । ରିପୋର୍ଟ ମୁତାବକ, ଭିକ୍ଟୋରିଆ ୱାଟରଫଲ୍ ୫୦% ରୁ ଅଧିକ ଶୁଖି ଯାଇଛି । ଆଫ୍ରିକାର ଜାମ୍ବିଆ ଓ ଜିମ୍ବାୱେର ସୀମାକୁ ବିଭାଜନର କାମ କରୁଥିବା ଏହି ଭିକ୍ଟୋରିଆ ୱାଟରଫଲର ପାଣି ଥିରେ ଥିରେ କମିବାରେ ଲାଗିଛି ।

ଜଳବାୟୁ ପରିବର୍ତ୍ତନରେ ଏପରି ହେଉଛି ବୋଲି ଜାମ୍ବିଆର ରାଷ୍ଟ୍ରପତି ଏଡଗର ତଗୱା ଲୁଙ୍ଗୁ କହିଛନ୍ତି । ଗତ ୨୫ ବର୍ଷ ଧରି ଚାଲିଆସୁଥିବା ଜଳ ପ୍ରପାତ ଏବେ ଶୁଖିଲା ନଜର ଆସିଛି । ୩୫୫ ଫୁଟର ଊଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତକୁ ଦେଖିବା ପାଇଁ ସମଗ୍ର ଦୁନିଆରୁ ହଜାର ହଜାର ପର୍ଯ୍ୟଟକମାନେ ଆସିଥାନ୍ତି ।

Get real time updates directly on you device, subscribe now.