ସୋନିଆଙ୍କ ସମ୍ମାନ ରଖିବେ ଜି-୨୩ନେତା, ଆନନ୍ଦ ଶର୍ମା ଏବଂ ଗୁଲାମ ନବୀ ଆଜାଦଙ୍କୁ ବଡ଼ ଦାୟିତ୍ୱ ଦେଲା କଂଗ୍ରେସ

ନୂଆଦିଲ୍ଲୀ: ନ୍ୟାଶନାଲ ମନି ହେରାଳ୍ଡ ଖବରକାଗଜ ସମ୍ପର୍କିତ ଦୁର୍ନିତି ମାମଲାରେ ଦ୍ୱିତୀୟ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଜେରା କରିଛି । ଗତକାଲି ଜେଡ+ ସୁରକ୍ଷା ସହିତ ସୋନିଆ ଝିଅ ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧିଙ୍କ ସହିତ ଦିଲ୍ଲୀସ୍ଥୀତ ଇଡି ଅଫିସରେ ପହଁଞ୍ଚିଥିଲେ । ତେବେ ଗାନ୍ଧି ପରିବାରର ଏହିଭଳି ସମୟରେ ଦଳର ବରିଷ୍ଠ ନେତାମାନେ ସୋନିଆଙ୍କ ସମ୍ମନର୍ଥେ ଆଗକୁ ଆସିଛନ୍ତି । କୁହାଯାଉଛି ଯେ ଦଳର ମୁଖିଆଙ୍କୁ ରକ୍ଷା କରିବା ତଥା କେନ୍ଦ୍ରରେ ଶାସକ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରିବା ପାଇଁ କଂଗ୍ରେସ ଉଭୟ ଜି -୨୩ ନେତାଙ୍କୁ ଆଗକୁ ଆଣିପାରେ।

ମିଡିଆ ରିପୋର୍ଟ ଅନୁଯାୟୀ, ୨୦୨୦ ମସିହାରେ ୨୩ ଜଣ ନେତାଙ୍କ ଚିଠି ସାମ୍ନାକୁ ଆସିବା ପରେ ଆନନ୍ଦ ଶର୍ମା ଏବଂ ଗୁଲାମ ନବି ଆଜାଦ ଅଲ ଇଣ୍ଡିଆ କଂଗ୍ରେସ କମିଟି ମୁଖ୍ୟାଳୟରେ କୌଣସି ସମ୍ମିଳନୀରେ ଯୋଗ ଦେଉନଥିଲେ। ଏବେ ଖବର ହେଉଛି ଏହି ଦୁଇ ନେତାଙ୍କୁ ସାମ୍ନାକୁ ଆଣିବାକୁ ଦଳ ପ୍ରସ୍ତୁତ ହେଉଛି। ବିଶେଷ କଥା ହେଉଛି ପୂର୍ବତନ ଦଳର ଜାତୀୟ ସଭାପତି ରାହୁଲ ଗାନ୍ଧୀଙ୍କ ପଚରାଉଚରା ବେଳେ କଂଗ୍ରେସ କର୍ମୀ ଓ ନେତାମାନେ ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ବିଦ୍ରୋହ କରିଥିଲେ। ତେବେ ସେହି ସମୟରେ ଉଭୟ ନେତା ନିଖୋଜ ଥିଲେ। ଏଥି ସହିତ ଯେତେବେଳେ ସୋନିଆଙ୍କୁ ପ୍ରଥମ ଥର ପାଇଁ ପଚରାଉଚରା ପାଇଁ ଅନୁସନ୍ଧାନକାରୀ ସଂସ୍ଥା ଡକାଯାଇଥିଲା, ସେତେବେଳେ ଉଭୟ ବରିଷ୍ଠ ନେତାଙ୍କୁ ଏଆଇସିସି ମୁଖ୍ୟାଳୟରେ ଦେଖିବାକୁ ମିଳିଥିଲା।

ଆଜାଦ ଏବଂ ଶର୍ମାଙ୍କ ବ୍ୟତୀତ ଅନ୍ୟ ଦୁଇ ଜି -୨୩ ନେତା ମନୀଷ ତେୱାରୀ ଏବଂ ଶଶି ଥରୁର ମଧ୍ୟ ଜୁଲାଇ ୨୧ ଗୁରୁବାର ଦିନ ଏଆଇସିସି ମୁଖ୍ୟାଳୟରେ ପହଞ୍ଚିଥିଲେ। ବିଶେଷ କଥା ହେଉଛି ଏହି ନେତାମାନଙ୍କୁ ଜୁନ୍ ମାସରେ ହୋଇଥିବା ବିକ୍ଷୋଭରେ ମଧ୍ୟ ଦେଖିବାକୁ ମିଳି ନଥିଲା। ଯେତେବେଳେ ତିୱାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ଏହି ସମୟରେ, ଥରୁର ଏକ ବିଦେଶ ଗସ୍ତରେ ଥିଲେ । ସୋନିଆଙ୍କୁ ଜୁଲାଇ ୨୧ ରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରାଯାଇଥିଲା। ଏଥିରେ ସୋନିଆ ଗାନ୍ଧୀ ଏଜେନ୍ସିର ୨୮ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ଏଜେନ୍ସି ସୋନିଆଙ୍କୁ “ନ୍ୟାସନାଲ ହେରାଲ୍ଡ’ ଏବଂ “ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ’ ସହିତ ତାଙ୍କର ସମ୍ପୃକ୍ତି ସମ୍ପର୍କରେ ପ୍ରଶ୍ନ କରିଥିଲେ।