fbpx
BJD SKY
BJD SKY

୧ ଅଗଷ୍ଟରୁ ବଦଳିଯିବ ଏହି ନିୟମ: ପକେଟ୍ ହୋଇପାରେ ଖାଲି

BJD

ନୂଆଦିଲ୍ଲୀ: ଆଉ କିଛି ପରେ ଆସିବାକୁ ଯାଉଛି ଅଗଷ୍ଟ ମାସ । ୧ ତାରିଖ ସହ ପ୍ରତ୍ୟେକ ମାସ ପରି ଏଥର ମଧ୍ୟ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ଗ୍ୟାସର ଦାମ୍ ବ୍ୟତୀତ ବ୍ୟାଙ୍କିଂ ସିଷ୍ଟମ ସହ ଜଡ଼ିତ କିଛି ଅପଡେଟ ରହିଛି । ନିୟମଗୁଡ଼କରେ ହେବାକୁ ଯାଉଥିବା ପରିବର୍ତ୍ତନ ଆପଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ଏହା ବ୍ୟତୀତ ବ୍ୟାଙ୍କଗୁଡିକରେ ମଧ୍ୟ ପ୍ରତ୍ୟେକ ମାସ ଅପେକ୍ଷା ଅଧିକ ଛୁଟି ରହିବ । ଆସନ୍ତୁ ଜାଣିବା ୧ ଅଗଷ୍ଟରୁ କ’ଣ ବଦଳିବ…

ବ୍ୟାଙ୍କ ଅଫ୍ ବରୋଦାର ଚେକ୍ ପେମେଣ୍ଟ ସିଷ୍ଟମ୍ :-
ଯଦି ଆପଣଙ୍କର ଆକାଉଣ୍ଟ ବ୍ୟାଙ୍କ ଅଫ୍ ବରୋଦା (ବିଓବି) ରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଅଗଷ୍ଟ ୧ ତାରିଖରୁ ବ୍ୟାଙ୍କ ଅଫ୍ ବରୋଦାରେ ଚେକ୍ ଦ୍ୱାରା ଦେୟର ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଆରବିଆଇ ଗାଇଡଲାଇନ ଅନୁଯାୟୀ, ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକଙ୍କୁ ସୂଚନା ଦେଇଛି ଯେ ଅଗଷ୍ଟ ୧ ତାରିଖରୁ ୫ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ପରିମାଣର ଚେକ୍ ପାଇଁ ପଜିଟିଭ୍ ପେ ସିଷ୍ଟମ ଲାଗୁ କରାଯାଇଛି । ଏହା ଅଧୀନରେ ବ୍ୟାଙ୍କକୁ ଏସଏମଏସ, ନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଚେକ୍ ସମ୍ବନ୍ଧୀୟ ସୂଚନା ଦେବାକୁ ପଡିବ ।

ରୋଷେଇ ଗ୍ୟାସର ଦର:-
ପ୍ରତ୍ୟେକ ମାସର ପ୍ରଥମ ତାରିଖ ପରି ଏଥର ୧ ଅଗଷ୍ଟରୁ ମଧ୍ୟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଦଳିବାର ସମ୍ଭାବନା ଅଛି । ଏଥର କମ୍ପାନୀଗୁଡିକ ଉଭୟ ଘରୋଇ ଏବଂ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରିପାରିବେ । ସୂତ୍ରରୁ ପ୍ରକାଶ ଯେ, ଏଥର ଗୋଟିଏ ସିଲିଣ୍ଡରର ମୂଲ୍ୟ ୨୦ ରୁ ୩୦ ଟଙ୍କା ବଦଳିପାରେ । ଗତ ଥର ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଶସ୍ତା ହୋଇଥିବାବେଳେ ଘରୋଇ ଗ୍ୟାସ ସିଲିଣ୍ଡର ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।

ବ୍ୟାଙ୍କଗୁଡିକ ୧୮ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ:-
ଏଥର ଅଗଷ୍ଟରେ ମୁହର୍ରମ, ରାଖି ପୂର୍ଣ୍ଣିମା, ସ୍ୱାଧୀନତା ଦିବସ, କୃଷ୍ଣ ଜନ୍ମାଷ୍ଟମୀ ଏବଂ ଗଣେଶ ଚତୁର୍ଥୀ ପରି ଅନେକ ପର୍ବ ଆସୁଛି । ଏହି କାରଣରୁ ଏଥର ବିଭିନ୍ନ ରାଜ୍ୟରେ ମୋଟ ୧୮ ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମଧ୍ୟ ଏହାର ତାଲିକାରେ ଘୋଷଣା କରିଛି ଯେ ଅଗଷ୍ଟରେ ବ୍ୟାଙ୍କ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ଚାରି ରବିବାର ସହିତ ବ୍ୟାଙ୍କଗୁଡିକ ଏହି ମାସରେ ମୋଟ ୧୮ ଦିନ ବନ୍ଦ ରହିବ ।

Get real time updates directly on you device, subscribe now.