ବୁଝାସୁଝା ବେଳେ ଅତିରିକ୍ତ ସିପିଙ୍କ କଲର ଧରିଲେ କଂଗ୍ରେସ କର୍ମୀ! ପୋଷାକରେ ଲାଗିଥିବା ଷ୍ଟାରକୁ ମଧ୍ୟ ଭିଡିଲେ
ଆମ ଦେହରେ ହାତ ଦେଇ ପାରିବନି କହି ଧମକେଇଲେ କଂଗ୍ରେସ କର୍ମୀ ।
ଭୁବନେଶ୍ବର: ଆଜି ବିଧାନସଭା ବାହାରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ବିଧାନସଭା ବାହାରେ କଂଗ୍ରେସ କର୍ମୀ ଏବଂ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ଅତିରିକ୍ତ ସିପିଙ୍କ କଲର ଧରିଲେ କଂଗ୍ରେସ କର୍ମୀ ।
ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳଙ୍କୁ ଆକ୍ରମଣ କରିଥିଲେ। ଏପରିକି ଅତିରିକ୍ତ ସିପିଙ୍କ କଲର ଭିଡ଼ି ଧରି ଭିଡ଼ିବା ସହିତ ମୁଣ୍ଡରୁ ଟୋପି ଖସାଇ ଦେଇଥିଲେ କଂଗ୍ରେସ କର୍ମୀ । ସେହି ସମୟରେ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ଗତକାଲି 12 ବିଧାୟକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆଜି ସେମାନେ ଜୋରଜବରଦସ୍ତ ବିଧାନସଭା ଭିତରକୁ ପସିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ କାର୍ଯ୍ୟରତ ପୋଲିସ ଅଧିକାରୀ ସେମାନଙ୍କୁ ରୋକିବା ସହିତ ବୁଝାସୁଝା କରିଥିଲେ ।
ବିଧାୟକ ରମେଶ ଜେନା ଧସେଇ ପଶିବାକୁ ଉଦ୍ୟମ ବେଳେ ତାଙ୍କୁ ବୁଝାଇଥିଲେ। ଏତିକି ବେଳେ ଜଣେ କଂଗ୍ରେସ କର୍ମୀ ନରସିଂହଙ୍କ କଲର ଭିଡି ଧରିଥିଲେ । ସିପିଙ୍କ ଡ୍ରେସରେ ଲାଗିଥିବା ଷ୍ଟାରକୁ ଟାଣିଥିବା ଦେଖାଯାଇଛି ।
ତେବେ କଂଗ୍ରେସର ବିରୋଧ ପ୍ରଦର୍ଶନ ସମୟରେ ଏକ ପ୍ରକାର ସେମାନଙ୍କୁ ସମର୍ଥନ କରିଥିଲେ ବିଜେଡି ବିଧାୟକ । ସେମାନେ କକ୍ଷ ତ୍ୟାଗ କରିବା ସହିତ ବିରୋଧ ପ୍ରଦର୍ଶନ କରିଥିଲେ ।