Breaking: ବିଧାନସଭା ବାହାରେ କଂଗ୍ରେସର ଧାରଣା, ଗେଟ୍ ପାଖରେ ରୁଣ୍ଡ ହେଲେ ବରିଷ୍ଠ ନେତା

ଭୁବନେଶ୍ୱର: ବିଧାନସଭା ବାହାରେ ରୁଣ୍ଡ ହେଲେଣି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟନାୟକ ପ୍ରମୁଖ ।

କଂଗ୍ରେସ କର୍ମୀ ଓ କଂଗ୍ରେସ ଯୁବ ଛାତ୍ର ସଙ୍ଗଠନ ବିଧାନସଭା ବାହାରେ ଏକାଠି ହୋଇଛନ୍ତି । ବିଧାୟକମାନେ ବିଧାନସଭାରେ ଫସିଛନ୍ତି, ମେସାନଙ୍କୁ ମାଡ଼ ମରାଯାଇଛି ତାଙ୍କ ପାଖକୁ ପୋଲିସ ଛାଡୁ ନ ଥିବାରେ ଅସନ୍ତୋଷ ପ୍ରକାଟ କରିଛନ୍ତି ।

ସୁରକ୍ଷା ଦୃଷ୍ଟିରୁ ବିଧାନସଭା ବାହାରେ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତାଙ୍କ ପ୍ରତି ଖରାପ ବ୍ୟବହାର କରୁଥିବା କଂଗ୍ରେସ ପକ୍ଷରୁ ଆରୋପ ଲାଗଯାଇଛି ।

କିଛି ସମୟ ପୂର୍ବରୁ ମାର୍ଶାଲ ଓ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଜୋର ସଂଘର୍ଷ ହେବା କାରଣରୁ କଂଗ୍ରେସ ବିଧାୟକ ଆହତ ହୋଇଥିବା ଜଣାପଡ଼ିଛି ।

ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ନିଲମ୍ବିତ ଘୋଷଣା କରିଛନ୍ତି ।