fbpx

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅଟକିଲା କଂଗ୍ରେସ ନେତା ପୱନ ଖେରାଙ୍କ ଗିରଫ, ସୋମବାର ହେବ ଶୁଣାଣି

Advertisement

ନୂଆଦିଲ୍ଲୀ: କଂଗ୍ରେସ ନେତା ପୱନ ଖେରାଙ୍କୁ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟ ତାଙ୍କ ଗିରଫଦାରି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ଏହା ସହ ତାଙ୍କ ବିରୋଧରେ ସମସ୍ତ ଏଫଆଇଆର କପିକୁ ଏକତ୍ର ଦାଖଲ କରିବାକୁ ଆଦେଶ ଦିଆଯାଇଛି । ସୁପ୍ରିମକୋର୍ଟ ଆଦେଶ ଦେଇ କହିଛନ୍ତି ଯେ, ଦିଲ୍ଲୀର ନିମ୍ନ ଅଦାଲତ ଆଜି ସଂଧ୍ୟା ସୁଦ୍ଧା ପୱନ ଖେରାଙ୍କୁ ଅନ୍ତରିଣ ଜାମିନ ପ୍ରଦାନ କରିବେ । ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଗୁରୁବାର ଦ୍ୱିପ୍ରହରରେ ଦିଲ୍ଲୀ ଏୟାରପୋର୍ଟରୁ ତାଙ୍କୁ ଗିରଫ କରାଯାଇଥିଲା । ପବନ ଖେଡ଼ା କଂଗ୍ରେସ ନେତାମାନଙ୍କ ସାଙ୍ଗେ ରାୟପୁରରେ ହେବାକୁ ଥିବା କଂଗ୍ରେସ ଅଧିବେଶନରେ ସାମିଲ ହେବା ପାଇଁ ଇଣ୍ଡିଗୋ ଫ୍ଲାଇଟରେ ଆସୁଥିଲେ । ଏୟାରପୋର୍ଟରେ ପହଁଚିବା ମାତ୍ରେ ଦିଲ୍ଲୀ ପୋଲିସ ସେମାନଙ୍କୁ ପ୍ଲାଇଟରୁ ବାହାରକରି ହେପାଜତରେ ନେଇଥିଲା । ଅସାମ ପୋଲିସର ସୁପାରିଶ କ୍ରମେ ଦିଲ୍ଲୀ ପୋଲିସ ତାଙ୍କୁ ଅଟକ ରଖିଛନ୍ତି, ଏନେଇ ଦିଲ୍ଲୀ ପୋଲିସ ଦାବି ଜଣାଇଛି ।

 

ପୱନ ଖେରାଙ୍କୁ ଗିରଫ କରିବା ବିରୋଧରେ ତାଙ୍କ ସହ ଉପସ୍ଥିତ ଥିବା କଂଗ୍ରେସ ନେତା ଏୟାରପୋର୍ଟରେ ଧାରଣାରେ ବସିଛନ୍ତି । କଂଗ୍ରେସ ଏହାକୁ ମୋଦୀ ସରକାରଙ୍କ ଷଡଯନ୍ତ୍ର ବୋଲି କହୁଛି । କେବଳ ଏତିକି ନୁହେଁ କଂଗ୍ରେସ ଏହି ମାମଲାକୁ ଛତିଶଗଡ଼ ରେ କଂଗ୍ରେସ ଅଧିବେଶନ ସହ ସଂଯୋଗ କରୁଛନ୍ତି । ରାୟପୁରରେ ହେବାକୁ ଥିବା ରାଷ୍ଟ୍ରୀୟ ଅଧିବେଶନକୁ ବାଧା ପହଁଚାଇବାକୁ ଚେଷ୍ଟା କରୁଛି ।

Get real time updates directly on you device, subscribe now.