fbpx

କାହିଁକି ଏଲପିଜି ସିଲିଣ୍ଡରର ରଙ୍ଗ କେବଳ ନାଲି ହିଁ ହୋଇଥାଏ? ଜାଣନ୍ତୁ ପ୍ରକୃତ ରହସ୍ୟ

Advertisement

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ଏଲପିଜି ସିଲିଣ୍ଡର ବ୍ୟବହାର ହେଉଛି । କିନ୍ତୁ ଆପଣ ଲକ୍ଷ୍ୟ କରିଥିବେ ଏହିସବୁ ସିଲିଣ୍ଡରର ରଙ୍ଗ କେବଳ ନାଲି ହିଁ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ଏମିତି କାହିଁକି ହୋଇଥାଏ ? ନାଲି ରଙ୍ଗ ବ୍ୟତୀତ ସିଲିଣ୍ଡର ଅନ୍ୟ କୌଣସି ରଙ୍ଗରେ କାହିଁକି ଆସିନଥାଏ ? ତେବେ ଏହାର ଉତ୍ତର ବୋଧହୁଏ ଆପଣ ଜାଣି ନଥିବେ । ଆସନ୍ତୁ ଜାଣିବା ଏହି ପ୍ରଶ୍ନର ପ୍ରକୃତ ରହସ୍ୟ ।

ସିଲିଣ୍ଡରର ରଙ୍ଗ ବିଷୟଷର ଜାଣିବା ପୂର୍ବରୁ ଏହାର ବ୍ୟବହାର ସମ୍ପର୍କଷଣ ଜାଣିବା ନିହାତି ଆବଶ୍ୟକ । ଏଲପିଜି ସିଲିଣ୍ଡର ମୁଖ୍ୟତଃ ଦୁଇଟି କାର୍ଯ୍ୟରେ ବ୍ୟବହାର କରାଯାଏ । ତେବେ ଏହା ଖୁବ ଜ୍ୱଳନଶୀଳ ହୋଇଥାଏ । ଯାହା ଅଧିକାଂଶ ସମୟର ବିପଦର କାରଣ ହୋଇପାରେ । ଯେହେତୁ ବିପଦର ରଙ୍ଗ ନାଲି, ସେଥିପାଇଁ ଏଲପିଜି ସିଲିଣ୍ଡରର ରଙ୍ଗ ମଧ୍ୟ ନାଲି କର।।ଯାଏ । ସେହିପରି ଆଉ ଏକ କାରଣ ମଧ୍ୟ ରହିଛି, ଯେଉଁଥିପାଇଁ ଏଲପିଜି ସିଲିଣ୍ଡରକୁ ନାଲି ରଙ୍ଗ କରାଯାଇଥାଏ । କାର୍ବନ ଡାଇଅକ୍ସାଇଡ ଗ୍ୟାସ ସିଲଇଣ୍ଡରର ରଙ୍ଗ ଧୂସର ହୋଇଥିବା ବେଳେ ନାଇଟ୍ରୋ ଅକ୍ସାଇଡ ସିଲିଣ୍ଡରର ରଙ୍ଗ ଥାଏ ନୀଳ । ସେଥିପାଇଁ ଏଲପିଜି ଗ୍ୟାସ ସିଲିଣ୍ଡରକୁ ସହଜରେ ଚିହ୍ନଟ କରିବା ପାଇଁ ଏହାକୁ ନାଲି ରଙ୍ଗ ଦିଆଯାଇଥାଏ ।

Get real time updates directly on you device, subscribe now.